ବିନା ମାସ୍କରେ ବୁଲିଲେ ୫୦୦ ଟଙ୍କା ଫାଇନ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନାର ପ୍ରକୋପ ପୁଣିଥରେ ଦୃତ ଗତିରେ ବଢିବାରେ ଲାଗିଛି। ଗତ ୧୦ ଦିନ ଭିତରେ କରୋନା ସଂକ୍ରମିତ ୪୦ ଜଣ ରୋଗୀଙ୍କର ମୃତ୍ୟୁ ମଧ୍ୟ ହୋଇ ଯାଇଛି। ପ୍ରତିଦିନ ବହୁ ସଂଖ୍ୟାରେ ରୋଗୀଙ୍କୁ ରେକର୍ଡ କରାଯାଉଛି। ଗତ ୨୪ ଘଣ୍ଟା ବେଳେ ବୁଧବାର ମଧ୍ୟ କରୋନାରେ ୮ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିଲା। ଏହି ସଂକ୍ରମଣ ହାର ୧୮ ପ୍ରତିଶତ ପାଖାପାଖି ପହଁଞ୍ଚି ଯାଇଛି। ଏଭଳି ପରିସ୍ଥିତିରେ ଦିଲ୍ଲୀ ସରକାର ମଧ୍ୟ କୋଭିଡ୍ ନିୟମକୁ ଆହୁରି କଡା କଡି କରିବାର କାମ ବଢାଇ ଦେଇଛନ୍ତି। ଏବେ ଦିଲ୍ଲୀରେ ସାର୍ବଜନୀନ ସ୍ଥାନରେ ବିନା ମାସ୍କରେ ବୁଲିଲେ ୫୦୦ ଟଙ୍କାର ଫାଇନ ଦେବାକୁ ପଡିବ। ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ନିର୍ଦେଶ ଜାରି କରାଯାଇଛି। ଦିଲ୍ଲୀ ବିପର୍ୟ୍ୟୟ ପରିଚାଳନା ପ୍ରାଧିକରଣଙ୍କ ନିର୍ଦ୍ଦେଶ ପରେ ବର୍ତ୍ତମାନ କରୋନା ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି। ଦିଲ୍ଲୀ ସରକାରଙ୍କ ଦକ୍ଷିଣ ଦିଲ୍ଲୀ ଜିଲ୍ଲା ମାଜିଷ୍ଟ୍ରେଟ କାର୍ୟ୍ୟାଳୟ ପକ୍ଷରୁ ମାସ୍କ ପିନ୍ଧିବା ପାଇଁ କଡା ନିର୍ଦେଶ ଜାରି କରାଯାଇଛି।

Related Articles

Leave a Reply

Your email address will not be published.

Back to top button