ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

ଭୁବନେଶ୍ବର: ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣାରେ ପୋଲିସ ୮ ଜଣଙ୍କୁ ଅଟକ ରଖି ପଚରାଉଚୁରା  କରୁଛି। ତେବେ ଏଇ 8 ଜଣଙ୍କ ମଧ୍ୟରେ ଜଣେ ଯୁବତୀ ରହିଥିବାର ସୂଚନା ରହିଛି। ଆହୁରି ମଧ୍ୟ ଏଇ ଅଭିଯୁକ୍ତଙ୍କ ମଧ୍ୟରେ ବ୍ୟବସାୟୀଙ୍କ ସମ୍ପର୍କୀୟ ମଧ୍ୟ ରହିଛନ୍ତି । ତେବେ ବ୍ୟବସାୟୀ ଜଣକ ଜମି ବ୍ୟବସାୟ କରୁଥିବାବେଳେ ଜମିଜମାକୁ ନେଇ ମଧ୍ୟ କିଛି ବିବାଦ ରହିଥିବାର ଶୁଣିବାକୁ ମିଳିଛି । ତେବେ ଅପହରଣ ହେବାର ସାତ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଅପହରଣକାରୀଙ୍କ ନିକଟରେ ପହଞ୍ଚି ନ ପାରିବା ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଏହି ଘଟଣା ପଛରେ ଆହୁରି କିଛି ରହସ୍ୟ ରହିଛି । ଏହି ରହସ୍ୟ ଉନ୍ମୋଚନ ହୋଇପାରିଲେ ହତ୍ୟାକାଣ୍ଡର ସତ୍ୟତା ଜଣାପଡିବ । ତେବେ ଏଇ ଘଟଣାରେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଗଭୀର ଦୁଃଖ ପ୍ରକାଶ କରିବା ସହିତ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ବାଲପଙ୍କା ଗାଁ ନିକଟ ରାସିପଙ୍କାଳ ଶଙ୍ଖ ପାଖରୁ ଏକ ପରିତ୍ୟକ୍ତ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତିଜଣକ ଗୋପାଳପୁର ଥାନା ମାଣ୍ଡିଆପଲ୍ଲୀ ଗ୍ରାମର ନୀଳମଣି ପାତ୍ରଙ୍କ ପୁଅ ସୁଧୀର ପାତ୍ର (୪୭) ବୋଲି ଚିହ୍ନଟ ହୋଇଛି। ପ୍ରାୟ ୭ ରୁ ୮ ଦିନ ହେବ ଶବଟି ସେଠାରେ ପଡ଼ି ରହିଥିବା ଅନୁମାନ କରାଯାଉଛି ।ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ୧୫ ତାରିଖରୁ ସୁଧୀର ମାଣ୍ଡିଆପଲ୍ଲୀ ସ୍ଥିତ ପ୍ରେମ ଅଫିସ୍ ନିକଟରୁ ନିଖୋଜ ଥିଲେ। ଏନେଇ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା। ଗୋପାଳପୁର ପୋଲିସ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ତେବେ ଆଜି ରାସିପଙ୍କାଳ ଶଙ୍ଖ ନିକଟରେ ଶବ ପଡ଼ିଥିବା ଖବର ପାଇ ପୋଲିସ ଓ ସୁଧୀରଙ୍କ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ।ଗତ ୧୫ ତାରିଖରେ ଭଲି ଖେଳି ଫେରୁଥିବା ବେଳେ ସୁଧୀରଙ୍କୁ ଅପହରଣ ହୋଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button