ମହିଳା ସଂରକ୍ଷଣ ଆଳରେ କ୍ଷମତାରେ ରହିବା ପାଇଁ ଷଡଯନ୍ତ୍ର: ପ୍ରିୟଙ୍କା

ନୂଆଦିଲ୍ଲୀ: ମହିଳା ସଂରକ୍ଷଣକୁ ନେଇ ସଂସଦରେ ଜାରି ରହିଥିବା ବିତର୍କ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ। ସରକାରଙ୍କ ନୀତି ଓ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି ଯେ, ସରକାର ଏବେ ଏକ ବଡ଼ ରାଜନୈତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି ଏବଂ ସେମାନଙ୍କ ପ୍ରଚାର ସର୍ବସ୍ୱ ନୀତିର ସତ୍ୟତା ଏବେ ଲୋକଲୋଚନକୁ ଆସିଛି। ପ୍ରିୟଙ୍କା ଗୁରୁତ୍ୱାରୋପ କରି କହିଛନ୍ତି ଯେ, ୨୦୨୩ ମସିହାରେ ସଂସଦରେ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିବା ମହିଳା ସଂରକ୍ଷଣ ଆଇନକୁ ବିନା କୌଣସି ବିଳମ୍ବରେ ତୁରନ୍ତ କାର୍ଯ୍ୟକାରୀ କରାଯିବା ଉଚିତ । ସେ କହିଛନ୍ତି ଏବେ କେବଳ ଘୋଷଣା ନୁହେଁ, ବରଂ ଠୋସ୍ ପଦକ୍ଷେପ ନେବାର ସମୟ ଆସିଛି। ଯଦି ଆଇନ କାର୍ଯ୍ୟକାରୀ କରିବାରେ କୌଣସି ବୈଷୟିକ ପ୍ରତିବନ୍ଧକ ଅଛି, ତେବେ ଏକ ସାଧାରଣ ସଂଶୋଧନ ମାଧ୍ୟମରେ ତାହାକୁ ସହଜରେ ସମାଧାନ କରାଯାଇପାରିବ।

Related Articles

Leave a Reply

Your email address will not be published. Required fields are marked *

Back to top button