ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ସମ୍ରାଟ ଚୌଧୁରୀ

ନୂଆଦିଲ୍ଲୀ: ବିହାର ରାଜନୀତିରେ ବଡ଼ ଧରଣର ପରିବର୍ତ୍ତନ ଘଟିଛି। ନୀତୀଶ କୁମାର ଆଜି ତାଙ୍କର ଶେଷ କ୍ୟାବିନେଟ ବୈଠକ କରିବା ପରେ ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏହାସହ ବିହାରରେ ‘ନୀତୀଶ ଯୁଗ’ର ଅନ୍ତ ଘଟିବା ସହ ଏନଡିଏ ଶିବିରରେ ନୂଆ ନେତୃତ୍ୱକୁ ନେଇ ମୋହର ବାଜିଛି।ଆଜି ଅନୁଷ୍ଠିତ ଏନଡିଏ ବିଧାୟକ ଦଳ ବୈଠକରେ ସମ୍ରାଟ ଚୌଧୁରୀଙ୍କୁ ସର୍ବସମ୍ମତି କ୍ରମେ ନେତା ନିର୍ବାଚିତ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା, ଶ୍ରୀ ଚୌଧୁରୀଙ୍କ ନାମ ପ୍ରସ୍ତାବ ରଖିଥିଲେ। ଏହା ସ୍ପଷ୍ଟ ହୋଇଛି ଯେ, ସମ୍ରାଟ ଚୌଧୁରୀ ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।  ଆସନ୍ତାକାଲି (ବୁଧବାର) ସକାଳ ୧୧ଟାରେ ଲୋକଭବନଠାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏହି ପ୍ରକ୍ରିୟା ସମୟରେ ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ ପାଟନାରେ ଉପସ୍ଥିତ ଥିଲେ। ଏହା ସହିତ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବି.ଏଲ. ସନ୍ତୋଷ, ବିନୋଦ ତାୱଡେ ଏବଂ ନୀତିନ ନବୀନ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button