ନିଜ ଦେହରେ ନିଆଁ ଲଗାଇ ଜୀବନ ହାରିଲେ ପିଜି ଛାତ୍ରୀ

ଭୁବନେଶ୍ବର: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଖଞ୍ଜାସାହି ନୂଆବସ୍ତି ଅଞ୍ଚଳରେ ଜଣେ ପିଜି ଛାତ୍ରୀ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ଘର ଉପର ମହଲାରୁ ଛାତ୍ରୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଛି। ମିଳିଥିବା ସୂଚନା ଅନୁଯାୟୀ, ରବିବାର ଦିନ ଛାତ୍ରୀଙ୍କ ବାପା-ମା’ ଘରେ ନଥିବା ବେଳେ ଏହି ଅଘଟଣ ଘଟିଥିଲା। ଘରର ଉପର ମହଲାରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ବାସିନ୍ଦା ଓ ମଝି ମହଲାରେ ରହୁଥିବା ଭଡ଼ାଟିଆ ସନ୍ଦେହ କରିଥିଲେ। ସେମାନେ ତୁରନ୍ତ ଏ ସମ୍ପର୍କରେ ଘରମାଲିକ ଓ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ଏକ ସାଇଣ୍ଟିଫିକ୍ ଦଳ ମଧ୍ୟ ପହଞ୍ଚି ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରିଛନ୍ତି। ଛାତ୍ରୀ ଜଣକ କେଉଁ କାରଣରୁ ଏଭଳି ଚରମ ନିଷ୍ପତ୍ତି ନେଲେ, ସେ ନେଇ ପୋଲିସ ପରିବାର ଲୋକ ଓ ସ୍ଥାନୀୟ ବାସିନ୍ଦାଙ୍କୁ ପଚରାଉଚରା କରୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button