ଆସାମ, କେରଳମ୍ ଓ ପୁଡୁଚେରୀରେ ମତଦାନ ଜାରି

ନୂଆଦିଲ୍ଲୀ: ଆଜି ଦୁଇଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟିଂ ଜାରି ରହିଛି । ପୁଡୁଚେରୀରେ ମୋଟ୍ ୩୦ଟି ଆସନ ପାଇଁ ଏଠାରେ ଭୋଟ୍ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ୧୮୯୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍ । ଆସାମରେ ୧୨୨ଟି ଆସନ କେରଳମ୍ରେ ୧୪୦ଟି ବିଧାନସଭା ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ କରୁଛନ୍ତି ଜନତା । ଆସମାରେ ହିମନ୍ତ ବିଶ୍ୱଶର୍ମାଙ୍କ ନେତୃତ୍ୱାଧୀନ ବିଜେପି ସରକାରର କ୍ଷମତା ଥିବାବେଳେ ଏହାକୁ ଗାଦିଚ୍ୟୁତ କରିବାକୁ କଂଗ୍ରେସ ଅଣ୍ଟା ଭିଡ଼ିଛି । ଆସାମରେ ଏଥର ବି ବିଜେପି ବନାମ୍ କଂଗ୍ରେସ ଲଢ଼େଇ ହେଉଛି। ଆସାମରେ ନୂଆ କଂଗ୍ରେସ ଅଧ୍ୟକ୍ଷ ଭାବେ ସାଂସଦ ଗୌରବ ଗୋଗଇଙ୍କ ନେତୃତ୍ବରେ ଦଳ ଲଢ଼ୁଛି। ତେଣୁ ଏଥର କମବ୍ୟାକ୍ କରିବା ନା ମାତ୍ ଖାଇବ ତା ଉପରେ ନଜର। କେରଳମ୍ରେ ପିନରାୟ ବିଜୟନ୍ଙ୍କ ଏଲଡିଏଫ୍ର ସରକାର ଥିବାବେଳେ କଂଗ୍ରେସ ନେତୃତ୍ୱାଧୀନ ୟୁଡ଼ିଏଫ୍ କ୍ଷମତାକୁ ଆସିବା ପାଇଁ କରସତ ଚଲାଇଛି । ସେହିପରି ପୁଡୁଚେରୀରେ ଏନଆର କଂଗ୍ରେସ ଓ ବିଜେପିର ମେଣ୍ଟ ସରକାର ଥିବାବେଳେ ପୁଣିଥରେ କ୍ଷମତାକୁ ଆସିବା ପାଇଁ ଗୋଟି ଚଳାଇଛନ୍ତି । ତେବେ ଏହି ନିର୍ବାଚନକୁ ନେଇ ବହୁତ ଆଶା ରହିଛି । ମେ’ ୪କୁ ଅପେକ୍ଷା । ସାମ୍ପ୍ରତିକି ସ୍ଥିତି ଓ ପରିସ୍ଥିତିରେ ଏହି ତିନୋଟି ସ୍ଥାନର ନିର୍ବାଚନୀ ଫଳ ଭାରତୀୟ ରାଜନୀତିର ସ୍ଥିତିକୁ ନୂଆ ଦିଶା ଦେବ ବୋଲି ଆଶା କରାଯାଉଛି ।



