ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ ଚଳିତ ମୁଦ୍ରାନୀତି ବୈଠକରେ ରେପୋ ରେଟ୍‌କୁ ଅପରିବର୍ତ୍ତିତ ରଖାଯାଇଛି। ଆଜି ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ରେପୋ ହାର ୫.୨୫% ସ୍ତରରେ ସ୍ଥିର ରହିଛି। ପୂର୍ବ ବୈଠକରେ ମଧ୍ୟ ଆରବିଆଇ ସୁଧ ହାରକୁ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଥିଲା। ସୂଚନାଯୋଗ୍ୟ ଯେ, ଫେବୃଆରୀ ୨୦୨୫ ପରଠାରୁ ଆରବିଆଇ ମୋଟ ୧୨୫ ବେସିସ୍ ପଏଣ୍ଟ ସୁଧ ହାର ହ୍ରାସ କରିସାରିଛି। ୨୦୧୯ ପରଠାରୁ ଏହା କେନ୍ଦ୍ରୀୟ ବ୍ୟାଙ୍କର ସବୁଠାରୁ ଦ୍ରୁତ ହାର ହ୍ରାସ ପ୍ରକ୍ରିୟା। ଏହା ପୂର୍ବରୁ ଡିସେମ୍ବର ୨୦୨୫ରେ ରେପୋ ରେଟ୍‌ରେ ୨୫ ବେସିସ୍ ପଏଣ୍ଟ ହ୍ରାସ କରାଯାଇଥିଲା। ଆର୍ଥିକ ବର୍ଷ ୨୭ର ପ୍ରଥମ ପର୍ଯ୍ୟାୟ ପାଇଁ ଜିଡିପି ଅଭିବୃଦ୍ଧି ପୂର୍ବାନୁମାନକୁ ୬.୭% ରୁ ୬.୯% ଏବଂ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୬.୮% ରୁ ୭% କୁ ବୃଦ୍ଧି କରାଯାଇଛି। ଏମ୍‌ପିସି (MPC) ପକ୍ଷରୁ ଆର୍ଥିକ ବର୍ଷ ୨୭ର ପ୍ରଥମ ପର୍ଯ୍ୟାୟ ପାଇଁ ମୁଦ୍ରାସ୍ଫୀତି ଲକ୍ଷ୍ୟ ୪.୦% ଏବଂ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୪.୨% ଧାର୍ଯ୍ୟ କରାଯାଇଛି। ଆର୍ଥିକ କାର୍ଯ୍ୟକଳାପ ଦୃଢ଼ ରହିବା ସହ ବଜାର ସ୍ଥିତିକୁ ପରଖିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଏହି ନୀତି ଆପଣାଇଥିବା ଜଣାପଡ଼ିଛି।

Related Articles

Leave a Reply

Your email address will not be published. Required fields are marked *

Back to top button