ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନୂତନ ପାଠାଗାର ଉଦଘାଟିତ

ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀଙ୍କ ଦକ୍ଷତା ବିକାଶ ଲକ୍ଷ୍ୟରେ ଲୋକସେବା ଭବନଠାରେ ଏକ ଅତ୍ୟାଧୁନିକ ପାଠାଗାର ଉଦଘାଟିତ ହୋଇଯାଇଛି। ମାନ୍ୟବର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଏହାକୁ ଉଦଘାଟନ କରିବା ସହ ପାଠାଗାରର ପ୍ରଥମ ପାଠକ ଭାବେ ରେଜିଷ୍ଟରରେ ନିଜର ମନ୍ତବ୍ୟ ଲେଖି ଦସ୍ତଖତ କରିଥିଲେ। ଏହି ଅବସରରେ ସେ ସମ୍ବିଧାନ ପୁସ୍ତକର କିଛି ଅଂଶ ପଠନ କରିବା ସହ ଏହି ପଦକ୍ଷେପ ପ୍ରଶାସନିକ ସ୍ତରରେ ବେଶ୍ ଉପଯୋଗୀ ହେବ ବୋଲି ଆଶା ପ୍ରକାଶ କରିଛନ୍ତି। ଏହି ପାଠାଗାରରେ ପାରମ୍ପରିକ ପୁସ୍ତକ ସହ କମ୍ପ୍ୟୁଟର ମାଧ୍ୟମରେ ଡିଜିଟାଲ୍ ପାଠାଗାରର ସୁବିଧା ରହିଛି। ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ ଜରିଆରେ ଏଠାରେ ବିଭିନ୍ନ ଅନନ୍ୟ ଓଡ଼ିଆ ସାହିତ୍ୟ ପୁସ୍ତକ ମଧ୍ୟ ଉପଲବ୍ଧ କରାଯାଇଛି। ବିଭାଗୀୟ ଆବଶ୍ୟକୀୟ ସୂଚନା, ଗୁରୁତ୍ୱପୂର୍ଣ୍ଣ ସର୍କୁଲାର୍ ଏବଂ ପ୍ରଶାସନିକ ପୁସ୍ତକ ଅଧିକାରୀମାନଙ୍କୁ କାର୍ଯ୍ୟ କ୍ଷେତ୍ରରେ ସହାୟତା କରିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି। ପାଠାଗାରରେ ଶୃଙ୍ଖଳା ବଜାୟ ରଖିବା ପାଇଁ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଛି। ଏଥିସହ ଅଧିକାରୀମାନେ ନିଜର ସ୍ୱଲିଖିତ କିମ୍ବା ଅନ୍ୟାନ୍ୟ ଉପାଦେୟ ପୁସ୍ତକ ଏହି ପାଠାଗାରକୁ ପ୍ରଦାନ କରିବା ପାଇଁ ରାଜସ୍ୱ ସଚିବ ଆଗ୍ରହ ପ୍ରକାଶ କରିଛନ୍ତି। ଉଦଘାଟନୀ ସମାରୋହରେ ସ୍ୱତନ୍ତ୍ର ରିଲିଫ୍ କମିଶନର୍ ଶ୍ରୀ ରାଜେଶ ପ୍ରଭାକର ପାଟିଲଙ୍କ ସମେତ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button