କୂଅକୁ ଖସି ପଡ଼ିଲା କାର୍, ଗୋଟିଏ ପରିବାରର ୯ ମୃତ

ନୂଆଦିଲ୍ଲୀ: ଏକ ଦ୍ରୁତଗାମୀ କାର କୂଅକୁ ଖସି ପଡିବା ଯୋଗୁଁ 9 ଜଣଙ୍କର ମୃତ୍ୟୁ ଘଟିଛି । ଘଟଣାଟି ଗତକାଲି (ଶୁକ୍ରବାର) ବିଳମ୍ବିତ ରାତ୍ରିରେ ମହାରାଷ୍ଟ୍ରର ନାସିକସ୍ଥିତ ଶିବାଜୀ ନଗର ଅଞ୍ଚଳରେ ଘଟିଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଗୋଟିଏ ପରିବାରର 9 ଜଣଙ୍କ ଜୀବନ ଯାଇଥିବା ବେଳେ, ମୃତକଙ୍କ ମଧ୍ୟରେ ପରିବାରର 6 ଜଣ ଛୋଟ ପିଲା ଅଛନ୍ତି । ଏମାନେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ବେଳେ ଏପରି ଅଘଟଣ ଘଟିଛି । ପ୍ରାଥମିକ ସୂଚନା ଅନୁଯାୟୀ, ଗତକାଲି (ଶୁକ୍ରବାର) ସଂନ୍ଧ୍ୟାରେ ଏକ ବେସରକାରୀ ଅନୁଷ୍ଠାନ ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଡିଣ୍ଡୋରୀ ସ୍ଥିତ ଶିବାଜୀ ନଗର ଅଞ୍ଚଳରେ ଥିବା ରାଜ୍ ବାଙ୍କ୍ବେଟ୍ ହଲ୍‌ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ଅଭିଭାବକ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମ ଶେଷ ହେବା ପରେ ରାତି ପ୍ରାୟ 10ଟା ସମୟରେ ଡିଣ୍ଡୋରୀ ଅଞ୍ଚଳର ଦାରଗୁଡେ ପରିବାର ନିଜର ଏର୍ଟିଗା କାର୍ (Ertiga car)ରେ ଫେରୁଥିଲେ । ଏହି ସମୟରେ କାର୍‌ଟି ସେହି ହଲ୍ ନିକଟସ୍ଥ ଏକ କୂଅରେ ଖସି ପଡ଼ିଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button