ଭୁବନେଶ୍ୱରରେ ଅଘଟଣ: ‘ଆମ ବସ୍’ ଧକ୍କାରେ ଅତିରିକ୍ତ ଡିସିପି ଆହତ

ଭୁବନେଶ୍ୱର: ଆମ ବସ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ପାଇଁ ଏକାଧିକ ଦୁର୍ଘଟଣା ଘଟୁଛି। ଦିନକୁ ଦିନ ଦୁର୍ଘଟଣାରେ ମୃତାହତ ସଂଖ୍ୟା ବଢ଼ିବାରେ ଲାଗିଛି। ଭୁବନେଶ୍ୱରରେ ଆଜି ଅର୍ଥାତ ଶୁକ୍ରବାର ପୁଣି ଆମ ବସ୍ ଦୁର୍ଘଟଣା ଘଟାଇଛି। ଆମ ବସ୍ ଧକ୍କାରେ ଅତିରିକ୍ତ ଡିସିପି (ADCP) କୃଷ୍ଣଚନ୍ଦ୍ର ସେଠୀ ଆହତ ହୋଇଛନ୍ତି। କ୍ୟାପିଟାଲ ଥାନା ଅନ୍ତର୍ଗତ ଭୁବନେଶ୍ୱର କ୍ଳବ୍ ନିକଟରେ ସକାଳ ସମୟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ କୃଷ୍ଣଚନ୍ଦ୍ରଙ୍କ କାନ୍ଧର ହାଡ ଭାଙ୍ଗି ଯାଇଛି। କୃଷ୍ଣଚନ୍ଦ୍ର ସାଇକେଲ ଚଳାଉଥିବା ବେଳେ ବସଟି ତାଙ୍କୁ ପଛରୁ ଧକ୍କା ଦେଇ ପଳାଇ ଯାଇଥିଲା। ପ୍ରଥମେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଧିକ ଚିକିତ୍ସା ପାଇଁ କୃଷ୍ଣଚନ୍ଦ୍ରଙ୍କୁ ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଏହି ଘଟଣାରେ ତଦନ୍ତ ଜାରି ରଖିଛି। କୃଷ୍ଣଚନ୍ଦ୍ର କମିଶନରେଟ୍ ପୋଲିସ ମୁଖ୍ୟାଳୟରେ ଥିବା Grievance cell ଦାୟିତ୍ୱରେ ଅଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button