ଘର ପଛପଟେ ଚାଲିଥିଲା ବାଣ ତିଆରି, ବିସ୍ଫୋରଣ ଘଟି ୬ ଗୁରୁତର

ଭୁବନେଶ୍ବର: ପ୍ରସିଦ୍ଧ ଦଶପଲ୍ଲା ଲଙ୍କାପୋଡି ଯାତ୍ରା ପାଇଁ ବାଣ ତିଆରି ଚାଲିଥିବା ବେଳେ ବିସ୍ଫୋରଣ । ଆଜି ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା କୋରଡା ଗାଁରେ ବାଣ ଭିଡୁଥିବା ବେଳେ ଏହି ଅଘଟଣ ଘଟିଛି । ଏଥିରେ 6 ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 5 ଜଣଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଡାକ୍ତରଙ୍କ କହିବା ଅନୁଯାୟୀ, ସମସ୍ତଙ୍କର 75 ଭାଗ ଶରୀର ପୋଡ଼ିଥିବା ବେଳେ ନାବାଳକ ଶରୀର 90 ଭାଗ ପୋଡ଼ିଯାଇଛି l ସେମାନଙ୍କୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ବର ଏମ୍ସ ଓ କଟକ ବଡ଼ ମେଡିକାଲକୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରିଛନ୍ତି ଡାକ୍ତର ।



