ବନ୍ଦ ହେଲା ସିଙ୍ଗାପୁରକୁ ବିମାନସେବା

ଭୁବନେଶ୍ୱର: ଭୁବନେଶ୍ୱରରୁ ସିଙ୍ଗାପୁରକୁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଛି । ଏନେଇ ସୂଚନା ଦେଲେ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ । ଯୁଦ୍ଧ ସ୍ଥିତି ପାଇଁ ଦୁବାଇକୁ ବିମାନ ପୂର୍ବରୁ ବନ୍ଦ ହୋଇଥିଲା । ବ୍ୟାଙ୍କକକୁ ଅନ୍ତର୍ଜାତୀୟ ବିମାନ ଉଡାଣ ଜାରି ରହିଛି । ଇନ୍ଦୋର, ଡେରାଡୁନ, କୋଚିନକୁ ମଧ୍ୟ ଉଡାଣ ବନ୍ଦ ରହିଛି । ଅଫ ସିଜିନ ପାଇଁ କିଛି ବିମାନ କମ୍ପାନୀ ଉଡାଣ ବନ୍ଦ କରିଛନ୍ତି । ଆଉ କିଛି ନୂଆ ସ୍ଥାନକୁ ଉଡାଣ ନେଇ ରାଜ୍ୟ ସରକାର ଯୋଜନା କରୁଛନ୍ତି ।



