ବିଧାନସଭାରେ ବିରୋଧୀଙ୍କ କଳା ପ୍ରତିବାଦ; ଟି-ସାର୍ଟରେ ଲେଖାହେଲା ‘ଦୁର୍ବଳ ମୁଖ୍ୟମନ୍ତ୍ରୀ..ଶକ୍ତିଶାଳୀ ସ୍ବାସ୍ଥ୍ୟମନ୍ତ୍ରୀ’

ଭୁବନେଶ୍ୱର: ଏସସିବି ଅଗ୍ନିକାଣ୍ଡ ଘଟଣାରେ ବିଧାନସଭାରେ ଜାରୀ ରହିଛି ବିରୋଧୀ କଂଗ୍ରେସ ଓ ବିଜେଡିର ପ୍ରତିବାଦ । ବିଧାନସଭାର ବଜେଟ ଅଧିବେଶନର ଦ୍ଵାଦଶ ଦିନରେ ଦେଖିବାକୁ ମିଳିଛି ରୋଚକ ଚିତ୍ର । ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ବିରୋଧୀ । କଳା ଟି – ସାର୍ଟ ପିନ୍ଧି ବିରୋଧ କରିଛନ୍ତି ବିଜେଡି ଓ କଂଗ୍ରେସ ବିଧାୟକ । ବିରୋଧୀଙ୍କ ହୋ – ହଲ୍ଲା ଯୋଗୁଁ ବାଚସ୍ପତି ଗୃହ ବାରମ୍ବାର ମୁଲତବୀ ଘୋଷଣା କରିଛନ୍ତି । ଏହା ପରେ ଉଭୟ ଦଳର ବିଧାୟକ ଦୁର୍ବଳ ମୁଖ୍ୟମନ୍ତ୍ରୀ, ଶକ୍ତିଶାଳୀ ସ୍ୱାସ୍ଥ୍ୟ ମନ୍ତ୍ରୀ ଲେଖା ଯୁକ୍ତ ଟି – ସାର୍ଟ ପିନ୍ଧି ବିଧାନସଭା ପରିକ୍ରମା କରଛନ୍ତି । ବଜେଟ ଅଧିବେଶନର ଦ୍ଵାଦଶ ଦିନର ପ୍ରଶ୍ନ କାଳରେ ଆଜି ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି । ଗୃହ ଆରମ୍ଭ ହେବା କ୍ଷଣି ଖାଦ୍ୟ ଯୋଗାଣ ଏବଂ ଖାଉଟି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିବା ଆରମ୍ଭ କରୁଥିଲେ । କଳା ଟି – ସାର୍ଟ ପିନ୍ଧି ଗୃହକୁ ପ୍ରବେଶ କରିଥିଲେ ବିରୋଧୀ ଦଳ ବିଧାୟକ । ଉଭୟ କଂଗ୍ରେସ ଓ ବିଜେଡି ବିଧାୟକ ପରିଧାନ କରିଥିଲେ କଳା ଟି – ସାର୍ଟ । ଟି – ସାର୍ଟରେ ଲେଖା ହୋଇଥିଲା ‘ଦୁର୍ବଳ ମୁଖ୍ୟମନ୍ତ୍ରୀ..ଶକ୍ତିଶାଳୀ ସ୍ବାସ୍ଥ୍ୟମନ୍ତ୍ରୀ’ । ସିଧାସଳଖ ପୋଡିୟମ ତଳକୁ ଯାଇ ନାରାବାଜି କରିଥିଲେ । ସରକାରୀ ବିରୋଧୀ ଲେଖା ଥିବା ଟି – ସାର୍ଟ ସହ ପୋଷ୍ଟର ଧରି ଗୃହରେ ହୋହଲ୍ଲା କରିଛନ୍ତି ବିରୋଧୀ । ଫଳରେ ଗୃହକୁ ସାଢ଼େ ୧୧ ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।

Related Articles

Leave a Reply

Your email address will not be published. Required fields are marked *

Back to top button