ରାଜ୍ୟରେ ବଢ଼ିବନି ବିଦ୍ୟୁତ ଦର

ଭୁବନେଶ୍ବର: ଉପଭୋକ୍ତାଙ୍କ ପାଇଁ ଆଶ୍ବସ୍ତିକର ଖବର। ଚଳିତ ବର୍ଷ ବି ବଢ଼ିବନି ବିଜୁଳି ଦର। କାରଣ ବିଦ୍ୟୁତ ଟାରିଫ୍ ନବଢ଼ାଇବାକୁ ନିଷ୍ପତ୍ତି ନେଇଛି ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲେଟୋରୀ କମିଶନ ବା OERC। ଏନେଇ ମଙ୍ଗଳବାର ଓଇଆରସି ପକ୍ଷରୁ ଗଣମାଧ୍ୟମ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହାକୁ ମିଶାଇଲେ ଗତ ୫ ବର୍ଷ ହେଲା ବିଜୁଳି ଟାରିଫ ବଢ଼ିନଥିବା ବେଳେ, ଶେଷ ଥର ୨୦୨୩-୨୪ରେ ୧୦ ପଇସା କମିଥିଲା l୨୦୨୬-୨୭ ବର୍ଷ ପାଇଁ ନୂଆ ବିଦ୍ୟୁତ ଦର ଘୋଷଣା କରିଛନ୍ତି ।ଲଗାତାର ପଞ୍ଚମ ବର୍ଷ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଛି । ନୂଆ ନିୟମରେ ୧୫ଟି ବଡ଼ ମୁଖ୍ୟ କଥା ରହିଛି । ପ୍ରଥମେ ଦର ବଢ଼ିବ ନାହିଁ । ସାଧାରଣ ଗ୍ରାହକଙ୍କ ପାଇଁ ବିଦ୍ୟୁତ ବିଲ୍ ରେ କୌଣସି ବୃଦ୍ଧି କରାଯାଇ ନାହିଁ ।ଟ୍ରାନ୍ସମିସନ୍ ଚାର୍ଜ ହ୍ରାସ ହୋଇଛି । ଓପିଟିସିଲଏର  ଚାର୍ଜ ୟୁନିଟ୍ ପିଛା ୨୫.୫ ପଇସାରୁ ୨୪ ପଇସାକୁ କମିଛି ।ଚତୁର୍ଥରେ ଶିଳ୍ପ ସଂସ୍ଥାଙ୍କୁ ରିହାତି ଦିଆଯାଇଛି। ଅଧିକ ବିଦ୍ୟୁତ ବ୍ୟବହାର କରୁଥିବା ଇଏଚଟି ଶିଳ୍ପଗୁଡ଼ିକ ପାଇଁ ରିହାତି ୨୦ ପଇସାରୁ ୩୦ ପଇସାକୁ ବୃଦ୍ଧି ପାଇଛି। ମେଗା ଲିଫ୍ଟ ଜଳସେଚନ ଗ୍ରାହକଙ୍କ ପାଇଁ କୌଣସି ଡିମାଣ୍ଡ ଚାର୍ଜ ଲାଗିବ ନାହିଁ। ସୌର ଶକ୍ତି ସମୟରେ ୟୁନିଟ୍ ପିଛା ୨ ଟଙ୍କା ଓ ଅନ୍ୟ ସମୟରେ ୧ ଟଙ୍କା ରିହାତି ମିଳିବ। ଘରୋଇ ଗ୍ରାହକଙ୍କୁ ୪% ରିହାତି ମିଳିବ। ଯଦି ଆପଣ ସମୟ ପୂର୍ବରୁ ଅନଲାଇନ୍ ରେ ସମ୍ପୂର୍ଣ୍ଣ ବିଲ୍ ପୈଠ କରନ୍ତି, ତେବେ ୪% ରିହାତି ପାଇବେ। ପ୍ରି-ପେଡ୍ ମିଟର ବ୍ୟବହାର କରୁଥିବା ଗ୍ରାହକଙ୍କୁ ମଧ୍ୟ ୪% ରିହାତି ମିଳିବ। ଇ-ବିଲ୍ ପାଇଁ ମଧ୍ୟ ରିହାତି ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button