ଓଡ଼ିଆ ପୁଅଙ୍କ ସଫଳତା: ବିଦେଶରେ ପ୍ରମୋଦ ଭଗତଙ୍କ ‘ଡବଲ ଗୋଲ୍ଡ’ ବିଜୟ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବିଦେଶ ମାଟିରେ ପୁଣିଥରେ ଉଡ଼ିଛି ଭାରତୀୟ ତ୍ରିରଙ୍ଗା। ସ୍ପେନର ଭିଟୋରିଆଠାରେ ଅନୁଷ୍ଠିତ ‘ସ୍ପାନିଶ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲ-୨୦୨୬’ରେ ଭାରତୀୟ ଖେଳାଳିମାନେ ନିଜର ଜଲୱା ଦେଖାଇଛନ୍ତି। ବିଶେଷ କରି ଓଡ଼ିଶାର ଗର୍ବ ତଥା ପାରାଲିମ୍ପିକ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତ  ନିଜର ଦକ୍ଷତା ପ୍ରମାଣ କରି ଦୁଇଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତି ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ତାଙ୍କ ସହ ସୁକାନ୍ତ କଦମ ମଧ୍ୟ ଚମତ୍କାର ଖେଳ ପ୍ରଦର୍ଶନ କରି ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି। ପ୍ରମୋଦ ଭଗତଙ୍କ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ବେଶ୍ ସ୍ମରଣୀୟ ରହିଛି। ପୁରୁଷ ସିଙ୍ଗଲ୍ସ (SL3) ବର୍ଗର ଫାଇନାଲରେ ଏକ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ସେ ନିଜ ଦେଶର ଖେଳାଳି ନୀତିଶ କୁମାରଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାତେଇଛନ୍ତି। ପ୍ରାୟ ୫୧ ମିନିଟ୍ ଧରି ଚାଲିଥିବା ଏହି ରୋମାଞ୍ଚକର ମ୍ୟାଚରେ ପ୍ରମୋଦ ୨୧-୧୭, ୧୦-୨୧ ଓ ୨୧-୧୮ ସେଟରେ ବିଜୟୀ ହୋଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button