ପ୍ରକାଶ ପାଇଲା ୨୦୨୬ ହକି ବିଶ୍ୱକପ୍‌ ସୂଚୀ : ଅଗଷ୍ଟ ୧୯ରେ ହେବ ହାଇଭୋଲ୍ଟେଜ୍ ଭାରତ-ପାକିସ୍ତାନ ମୁକାବିଲା

ନୂଆଦିଲ୍ଲୀ: ହକି ପ୍ରେମୀଙ୍କ ପାଇଁ ବଡ଼ ଖବର। ୨୦୨୬ ପୁରୁଷ ଓ ମହିଳା ହକି ବିଶ୍ୱକପ୍ ପାଇଁ ଅନ୍ତର୍ଜାତୀୟ ହକି ମହାସଂଘ (FIH) ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ନେଦରଲାଣ୍ଡ ଏବଂ ବେଲଜିୟମର ମିଳିତ ଆନୁକୂଲ୍ୟରେ ଅଗଷ୍ଟ ୧୫ରୁ ୩୦ ଯାଏଁ ଏହି ମହାକୁମ୍ଭ ଅନୁଷ୍ଠିତ ହେବ। ତେବେ ସବୁଠାରୁ ଚର୍ଚ୍ଚିତ ମ୍ୟାଚ୍ ଅର୍ଥାତ୍ ଭାରତ ବନାମ ପାକିସ୍ତାନ ମଧ୍ୟରେ କଡ଼ା ଟକ୍କର ଅଗଷ୍ଟ ୧୯ ତାରିଖରେ ଦେଖିବାକୁ ମିଳିବ। ଭାରତୀୟ ପୁରୁଷ ଓ ମହିଳା ଉଭୟ ଦଳକୁ ‘ପୁଲ୍-ଡି’ରେ ସ୍ଥାନ ଦିଆଯାଇଛି। ସୌଭାଗ୍ୟବଶତଃ, ଉଭୟ ଦଳ ସେମାନଙ୍କର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଗୁଡ଼ିକ ନେଦରଲାଣ୍ଡର ଆମଷ୍ଟେଲଭିନସ୍ଥିତ ୱାଗନର ହକି ଷ୍ଟାଡିୟମରେ ଖେଳିବେ। ଭାରତୀୟ ପୁରୁଷ ଦଳ ସ୍ୱାଧୀନତା ଦିବସ ଅର୍ଥାତ୍ ଅଗଷ୍ଟ ୧୫ରେ ୱେଲ୍ସ ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବ। ଅଗଷ୍ଟ ୧୫: ଭାରତ ବନାମ ୱେଲ୍ସ (ଅପରାହ୍ନ ୪:୩୦), ଅଗଷ୍ଟ ୧୭: ଭାରତ ବନାମ ଇଂଲଣ୍ଡ (ସନ୍ଧ୍ୟା ୬:୩୦), ଅଗଷ୍ଟ ୧୯: ଭାରତ ବନାମ ପାକିସ୍ତାନ (ସନ୍ଧ୍ୟା ୬:୩୦)

Related Articles

Leave a Reply

Your email address will not be published. Required fields are marked *

Back to top button