ଅବହେଳିତ ଅବସ୍ଥାରେ ସହିଦ ସ୍ତମ୍ଭ, ନିଦାବିଷ୍ଣୁ ପାଲଟିଛନ୍ତି ରାଜ୍ୟ ସରକାର

 

୧୯୪୭ ମସିହାରେ ଭାରତ ସ୍ୱାଧୀନତା ସଂଗ୍ରାମ ସମୟରେ ଆମ ରାଜ୍ୟ ଓଡିଶା ରେ ଅନେକ ସ୍ୱାଧୀନତା ସଂଗ୍ରାମୀ ସେମାନଙ୍କର ଜୀବନ କୁ ଜଳାଞ୍ଜଳି ଓ ପ୍ରାଣବଳି ଦେଇଥିଲେ । ସେମାନଙ୍କ ମଧ୍ୟରୁ କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ତେନ୍ତୁଳିକୋଳି ଗ୍ରାମର ବାସୁ ସେଠୀ ଓ ବର୍ତ୍ତନୀ ଗ୍ରାମର ବିସୁନୀ ମଢୁଆଳ । ବ୍ରିଟିଶ ଶାସନ ସମୟରେ କନିକା ରାଜାଙ୍କ ପ୍ରଜାମେଳୀ ଆନ୍ଦୋଳନରେ ଫିରିଙ୍ଗୀ ପୋଲିସ ସେନାର ବନ୍ଧୁକ ଗୁଳିରେ ଟଳି ପଡ଼ିଥିଲେ ଏହି ଦୁଇ ସହିଦ ବୀର ।

କେନ୍ଦ୍ରାପଡା / ରାଜକନିକା : ଦେଶ ପାଇଁ ସହିଦ ହୋଇଥିବା ବୀରଙ୍କୁ ଭୁଲିଯାଇଛନ୍ତି ସରକାର, ଭୁଲିଯାଇଛନ୍ତି ସହିଦଙ୍କ ପରିବାରକୁ | ଅବହେଳିତ ହେଇ ପଡି ରହିଛି ସହିଦ ସ୍ତମ୍ଭ | ଦାବୀ ପୂରଣ ନହେଲେ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇ ପାରନ୍ତି ରାଜକନିକା ଅଞ୍ଚଳବାସୀ |

ରାଜକନିକା ବ୍ଲକ ଅନ୍ତର୍ଗତ ତୈଲୋକ୍ୟପୁର ଗ୍ରାମ ପଞ୍ଚାୟତର ଯୋରଳ ଓ ମେଘପୁର ଗ୍ରାମ ର ମଧ୍ୟ ଭାଗରେ ଥିବା ବେବର୍ତ୍ତା ସରୋବର କୂଳରେ ବ୍ରିଟିଶ୍ ଗୁଳିରେ ଦୁଇ ଜଣ ସହିଦ ହେଇଥିଲେ | ସେଦିନ ଥିଲା ୧୯୨୨ ମସିହା ଅପ୍ରେଲ ମାସ ୨୩ ତାରିଖ | ସେହି ଦିନଠାରୁ ତାଙ୍କରି ସ୍ମୃତିରେ ବିପ୍ଳବୀ ସହିଦ୍ ଦିବସ ପାଳନ କରାଯାଉଛି |

ଏହି ସହିଦ୍ ସ୍ତମ୍ଭ ଉପରେ ରାଜ୍ୟ ସରକାର ଓ ଜିଲ୍ଲାପ୍ରଶାସନ ଦୃଷ୍ଟି ଆକର୍ଷଣ କରିବା ସହିତ ସେମାନଙ୍କ ପରିବାର ଲୋକଙ୍କ ପାଇଁ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ପ୍ରଶାସନକୁ ଦାବି କରିଛନ୍ତି ରାଜକନିକା ଅଂଚଳବାସୀ | ସହିଦ୍ ବାସୁ ସେଠୀ ଓ ବିସୁନୀ ମଢୁଆଳଙ୍କର ସହିଦ୍ ସ୍ତମ୍ଭର ଚତୁର୍ପାଶ୍ୱରେ ପକ୍କା ଦେବାଲ୍ ନିର୍ମାଣ ପାଇଁ ସ୍ଥାନୀୟ କିଛି ଯୁବକ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି | କିନ୍ତୁ ଏତିକିରେପକ୍କା ଦେବାଲ୍ ନିର୍ମାଣ କାର୍ଯ୍ୟ ଶେଷ ହେବନାହିଁ | ସରକାର କେବେ ସେମାନଙ୍କୁ ଅର୍ଥ ଯୋଗାଇ ଦେବେ ଚାହିଁ ବସିଛନ୍ତି ସେଠିକାର ଅଂଚଳବାସୀ | ୧୯୮୦ ମସିହାରେ କନିକା ସହିଦ୍ ସ୍ମୃତି ସଂସଦ କମିଟି ଗଠନ କରାଯାଇଛି | ଏହି କମିଟିରେ ଥିବା ସଦସ୍ୟମାନଙ୍କଠାରୁ କିଛି ଅର୍ଥ ବ୍ୟବସ୍ଥା କରାଯାଇଛି ଏବଂ ଏଥିରେ ପକ୍କା ଦେବାଲ୍ ର ନିର୍ମାଣ କାର୍ଯ୍ୟ ଚାଲିଛି | MGNRGS ଯୋଜନାରେ କାର୍ଯ୍ୟ କରିବା ପାଇଁ ଆସିଥିବା ଅଳ୍ପ ଅର୍ଥ ଉକ୍ତ କାର୍ଯ୍ୟରେ ନିୟୋଜିତ ହୋଇଛି | ତଥାପି ଶେଷ ହୋଇ ପାରିନାହିଁ ଏହି ମହାନ କାର୍ଯ୍ୟ |

ଦେଶ ପାଇଁ ସହିଦ ହୋଇଥିବା ଦୁଇ ବୀରଙ୍କ ସ୍ମୃତିକୁ ସାଇତି ରଖିବା ଆମ ସରକାରଙ୍କ ପ୍ରଥମ ଆଉ ପ୍ରଧାନ କର୍ତବ୍ୟ | ତେଣୁ ସହିଦ୍ ସ୍ତମ୍ଭ ଉପରେ ତୁରନ୍ତ ଦୃଷ୍ଟି ଦିଅନ୍ତୁ ରାଜ୍ୟ ସରକାର ନଚେତ୍ ଯେଉଁ ସହିଦଙ୍କ ପାଇଁ ଏ ଅଂଚଳ ଗର୍ବିତ ହୋଇଛି ସେହି ଅଂଚଳର ଅଧିବାସୀ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇ ଆସିବେ ବୋଲି ପ୍ରଶାସନକୁ ଦାବି କରିଛନ୍ତି ରାଜକନିକା ଅଂଚଳବାସୀ |

ଅନ୍ୟପଟେ ଭାରତ-ପାକିସ୍ତାନ କାର୍ଗିଲ ଯୁଧ୍ୟରେ ଆମ ରାଜ୍ୟ ଓଡିଶାର ଅନେକ ବୀର ସହିଦ୍ ହୋଇଛନ୍ତି ସେମାନଙ୍କ ମଧ୍ୟରୁ କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଚରପଡା ଗ୍ରାମ ପଞ୍ଚାୟତର କଣ୍ଡିଆହାଟ ଗ୍ରାମରେ ସହିଦ୍ ସଚ୍ଚିଦାନନ୍ଦ ମଲ୍ଲିକ ଅନ୍ୟତମ | ଏପର୍ଯ୍ୟନ୍ତ ରାଜ୍ୟ ସରକାର ଓ ଜିଲ୍ଲାପ୍ରଶାସନ ସହିଦ୍ ମାନଙ୍କ ସ୍ତମ୍ଭର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବାକୁ ଅସମର୍ଥ | ଚିର ଅବହେଳିତ ଅବସ୍ଥାରେ ପଡି ରହିଛି ସହିଦ ସ୍ତମ୍ଭ | ୟା ଉପରେ କାହାରି ନଜର ପଡୁନାହିଁ | ଚତୁର୍ପାଶ୍ୱରେ ପକ୍କା ଦେବାଲ୍ ର ଅନିୟମିତତା ଏବଂ ଦୁର୍ନୀତି ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ଏ ଅଂଚଳରେ |

Related Articles

Leave a Reply

Your email address will not be published.

Back to top button