ପୁରୀ କୋର୍ଟକୁ ପୁଣି ବୋମା ଧମକ: ସର୍ଚ୍ଚ ପରେ ମିଥ୍ୟା ପ୍ରମାଣିତ

ଭୁବନେଶ୍ବର: ପୁରୀ କୋର୍ଟ ପରିସରକୁ ପୁଣି ଥରେ ବୋମା ଧମକ ଆସିବା ଫଳରେ ସୋମବାର ଶ୍ରୀକ୍ଷେତ୍ରରେ ଚାଞ୍ଚଲ୍ୟ ଖେଳିଯାଇଛି। ଏକ ଅଜଣା ଇ-ମେଲ୍ ଆଇଡିରୁ କୋର୍ଟକୁ ଉଡ଼ାଇ ଦେବା ପାଇଁ ଆସିଥିବା ଏହି ବାର୍ତ୍ତା ପରେ ପୋଲିସ ପ୍ରଶାସନ ତୁରନ୍ତ ତତ୍ପରତା ପ୍ରକାଶ କରିଥିଲା। ସୂଚନା ପାଇବା କ୍ଷଣି ସଶସ୍ତ୍ର ପୋଲିସ ବାହିନୀ ସହିତ ବମ୍ ସ୍କ୍ୱାଡ୍, ଡଗ୍ ସ୍କ୍ୱାଡ୍ ଏବଂ ସାଇଣ୍ଟିଫିକ୍ ଟିମ୍ କୋର୍ଟ ପରିସରରେ ପହଞ୍ଚି ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଦୀର୍ଘ ସମୟର ଯାଞ୍ଚ ପରେ କୌଣସି ସନ୍ଦେହଜନକ ବସ୍ତୁ ମିଳିନଥିବାରୁ ଏହା ଏକ ମିଥ୍ୟା ଧମକ ବୋଲି ସ୍ପଷ୍ଟ ହୋଇଛି ଏବଂ ଏବେ କୋର୍ଟ କାର୍ଯ୍ୟ ସ୍ୱାଭାବିକ ରହିଛି। ଏ ସମ୍ପର୍କରେ ପୁରୀ ସିଟି ଡିଏସପି ରଶ୍ମି ରଞ୍ଜନ ମହାପାତ୍ର କହିଛନ୍ତି ଯେ, ଘଟଣାର ତଦନ୍ତ ଜାରି ରହିଛି ଏବଂ କିଏ ଏହି ଧମକପୂର୍ଣ୍ଣ ମେଲ୍ ପଠାଇଛି ତାକୁ ଚିହ୍ନଟ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରକାଶ ଥାଉ କି, ପୁରୀ କୋର୍ଟକୁ ଏଭଳି ଧମକ ଆସିବା ଏହା ପ୍ରଥମ ନୁହେଁ, ପୂର୍ବରୁ ଗତ ଫେବୃଆରୀ ୬ରେ ମଧ୍ୟ ସମାନ ଧରଣର ଇ-ମେଲ୍ ଆସିଥିଲା। ନିକଟରେ କେନ୍ଦୁଝର ଓ ସମ୍ବଲପୁର କୋର୍ଟକୁ ମଧ୍ୟ ଏହିପରି ମିଥ୍ୟା ଧମକ ଆସିଥିବାରୁ, ଏଭଳି ପ୍ରବୃତ୍ତିକୁ ରୋକିବା ପାଇଁ ସାଇବର ପୋଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button