ଜଳସଂପଦ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ବର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ପ୍ରମୋଦ ରାୟଙ୍କ ଘରେ ଭିଜିଲାନ୍ସ ରେଡ୍। ପୂର୍ବରୁ ପ୍ରମୋଦ ରାୟ କେନ୍ଦ୍ରାପଡା ଇନ୍ଦୁପୁର ସ୍ଥିତ ଜଳସମ୍ପଦ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଏବେ ଛତାଛକ ସ୍ଥିତ କାର୍ଯ୍ୟାଳୟ ରେ SDO ଭାବେ କାର୍ଯ୍ୟ କରୁଛନ୍ତି। ଡେରାବିଶ ଛତାଛକ ସ୍ଥିତ ଜଳସମ୍ପଦ କାର୍ଯ୍ୟାଳୟରେ ଭିଜିଲାନ୍ସର ଏକ ୫ ଜଣିଆ ଟିମ୍ ଚଢାଉରେ ସାମିଲ ହୋଇଛନ୍ତି। ଚଢାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ଓ ଅଫିସ କାଗଜପତ୍ର ଜବତ ହୋଇଛି l ସହକାରୀ ଯନ୍ତ୍ରୀ ପ୍ରମୋଦ ରାୟଙ୍କ ଅଫିସ ଓ ପୈତୃକ ଘର ସମେତ ଏକକାଳୀନ ୭ ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ଟିମ। ଏହି ଚଢାଉରେ ଦୁଇ ଜଣ ଅତିରିକ୍ତ ଏସ୍‌ପି, ୯ ଜଣ ଡିଏସ୍‌ପି, ୯ ଜଣ ଇନ୍ସପେକ୍ଟର, ୪ ଜଣ ଏଏସଆଇ ପ୍ରମୁଖ ସାମିଲ ହୋଇଛନ୍ତି। ଭୁବନେଶ୍ୱରର ବାଲିଅନ୍ତାର ଜୋହାଲାରେ ଅବସ୍ଥିତ ଶ୍ରୀ ରାୟଙ୍କ ଚାରି ମହଲା କୋଠା, କଟକର ଚୌଦ୍ୱାରର ଜାଜାଭୈରବରେ ଶ୍ରୀ ରାୟଙ୍କ ଦୁଇ ମହଲା କୋଠା, କଟକ ଜିଲ୍ଲା ବାଙ୍କିର ରଗଡ଼ିରେ ଅବସ୍ଥିତ ତାଙ୍କ ପୈତୃକ ଘର, ଭଦ୍ରକର ବୁଡଙ୍ଗାରେ ତାଙ୍କ ସମ୍ପର୍କୀୟଙ୍କ ଘର, ଡେରାବିଶ ଜଳସେଚନ କାର୍ଯ୍ୟାଳୟ, କେନ୍ଦ୍ରାପଡାରେ ଅବସ୍ଥିତ ତାଙ୍କ କାର୍ଯ୍ୟାଳୟ ଚାମ୍ବର ଏବଂ ଅସ୍ଥାୟୀ ବାସସ୍ଥାନ, ଢେଙ୍କାନାଳ ଜିଲ୍ଲା, ସାନସାଥୀବାଟିଆରେ ତାଙ୍କ ସମ୍ପର୍କୀୟଙ୍କ ଘର ଏବଂ ଭୁବନେଶ୍ୱରର ପଟିଆରେ ତାଙ୍କ ସମ୍ପର୍କୀୟଙ୍କ ଘରେ ରେଡ୍ କରାଯାଉଛି। ଭିଜିଲାନ୍ସ କର୍ତ୍ତୃପକ୍ଷ କହିଛନ୍ତି ଯେ ଚଢ଼ଉ ଜାରି ରହିଛି, ଏବଂ ଜବତ ସମ୍ପତ୍ତି କିମ୍ବା ଆର୍ଥିକ ରେକର୍ଡ ସମ୍ପର୍କରେ ଅଧିକ ବିବରଣୀ ଅଭିଯାନ ଶେଷ ହେବା ପରେ ପ୍ରକାଶ କରାଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button