ପଲିଥିନ୍ ପାଇଁ ଧର୍ମଘଟ, ତହସିଲଦାର ବୁଝାସୁଝା କରିବାରୁ ହଟିଥିଲା ବିକ୍ଷୋଭ

କେନ୍ଦ୍ରାପଡା / ରାଜକନିକା : ପଲିଥିନ୍ ପାଇଁ ଶତାଧିକ ପୁରୁଷ ଏବଂ ମହିଳା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ | ଘଟଣାଟି ଘଟିଛି କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ବାରହାଁ ଦୋମଣ୍ଡା ଗ୍ରାମ ପଞ୍ଚାୟତର ମାନପୁର ଗ୍ରାମରେ |

ସୂଚନା ମୁତାବିକ, ରାଜକନିକା ବ୍ଲକ ଅନ୍ତର୍ଗତ ମାନପୁର ଗ୍ରାମର ଶତାଧିକ ପୁରୁଷ ଏବଂ ମହିଳା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି | ପେଗରପଡା ଆର୍ ଆଇ ରଥ ବାବୁ ଓ ସହକର୍ମୀ କନିକା ତହସିଲ କାର୍ଯ୍ୟାଳୟର ଟୁନା ମାରାଣ୍ଡିଙ୍କୁ ଘେରାଉ କରିବା ସହିତ ଅଶ୍ୱିଳଭାଷାରେ ମଧ୍ୟ ଗାଳି ଗୁଲଜ ଦେଇଥିଲେ | ଜଣଙ୍କ ପାଇଁ ଆସିଥିବା ପଲିଥିନକୁ ଏହି ଦୁଇ ଜଣ ବ୍ୟକ୍ତି ଏକ ଧାରୁଆ ଛୁରୀରେ କାଟି ଚାରି ଭାଗ କରି ସେଗୁଡିକୁ ହିତାଧିକାରୀଙ୍କୁ ଦେଇଥାନ୍ତେ | ପଲିଥିନ୍ ର ଅନିୟମିତତା ଏବଂ ଦୁର୍ନୀତି ସମ୍ପର୍କରେ ସ୍ୱର ଉତ୍ତୋଳନ କରିଥିଲେ ଶତାଧିକ ଜନତା | ଏହି ଖବର ପାଇବା ପରେ ପେଗରପଡା ଆର୍ ଆଇ ଙ୍କୁ ଯୋଗାଯୋଗ କରିଥିଲେ କନିକା ତହସିଲଦାର ପ୍ରେମାନନ୍ଦ ବେହେରା | କନିକା ତହସିଲଦାର ତୁରନ୍ତ ଜିଲ୍ଲାପାଳ ଅମୃତ ଋତୁରାଜଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ | ଜିଲ୍ଲାପାଳଙ୍କ ନିର୍ଦ୍ଦେଶାନୁସାରେ ତହସିଲଦାର ପ୍ରେମାନନ୍ଦ ବେହେରା ଘଟଣା ସ୍ଥଳରେ ପହଂଚିବାପରେ ମାନପୁରର ଗ୍ରାମବାସୀମାନେ ଶାନ୍ତି ଶୃଙ୍ଖଳାର ସହ ପଲିଥିନ୍ ନେଇଥିଲେ | ଆସିଥିବା ଲୋକଙ୍କ ତାଲିକା ପେଗରପଡା ଆର୍ ଆଇ ଙ୍କୁ ମାଗିବା ସହ ଆବଶ୍ୟକ ଅନୁଯାୟୀ ପଲିଥିନ ଆଣିବା ପାଇଁ ୨ ରୁ ୩ ଦିନ ଲାଗିପାରେ ବୋଲି କିଛି ଲୋକଙ୍କୁ ବୁଝେଇ ଶୁଝେଇ ଘରକୁ ପଠେଇଥିଲେ ତହସିଲଦାର |

ଗତ ବର୍ଷ ବାତ୍ଯା, ବନ୍ୟା ଓ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ଅନେକ ଲୋକଙ୍କ କଚ୍ଚା ଘର ବା ନଡା ଛପର ଘରର ଚାଳ ଉଡିଯାଇଛି | ଏହିଭଳି ଗରିବ ଶ୍ରେଣୀର ଲୋକେ ବେଳାଏ ଖାଇଲେ ବେଲାଏ ଉପାସ ରହନ୍ତି | ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଖଣ୍ଡିଏ ନାହିଁ ଯେଉଁଥିପାଇଁ ଅନେକ ସମୟରେ ଅସୁବିଧାରେ ସମୟ କାଟନ୍ତି | ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବା ବିଜୁ ପକ୍କା ଘର ଯୋଜନା ଏମାନଙ୍କ ପାଇଁ ସତ ସପନ | ତେଣୁ ସେମାନେ ବାଧ୍ୟ ହୋଇ ସେମାନେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ | ଜିଲ୍ଲାପାଳଙ୍କ ତତ୍ୱାବଧାନରେ କନିକା ତହସିଲଦାର ସେଠାରେ ପହଂଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ପେଗରପଡା ଆର୍ ଆଇ ଙ୍କ ସହଯୋଗରେ ପଲିଥିନ୍ ବାଣ୍ଟିଥିଲେ |

Related Articles

Leave a Reply

Your email address will not be published.

Back to top button