ବରଗଡ କୋର୍ଟକୁ ବୋମା ଧମକ

ଭୁବନେଶ୍ବର: କିଛି ଦିନ ତଳେ କୋର୍ଟ ଗୁଡ଼ିକୁ ବୋମାରେ ଉଡ଼ାଇ ଦେବା ପାଇଁ ଧମକ ହୋଇଥିଲା। ଆଜି ପୁଣି ସମ୍ବଲପୁର ପରେ ବରଗଡ କୋର୍ଟକୁ ବୋମା ଧମକ ଆସିଛି । ବୋମା ଧମକ ପରେ କୋର୍ଟ ପରିସରରେ ତନ୍ନ ତନ୍ନ ଯାଞ୍ଚ କରୁଛି ପୋଲିସ, ବୋମା ନିଷ୍କ୍ରିୟକାରୀ ଟିମ । ତେବେ ବୋମା ଧମକ ଚିଠି କେଉଁଠୁ ଆସିଲା, କିଏ ପଠାଇଛି, ତାକୁ ନେଇ ତଦନ୍ତ ଆରମ୍ଭ କରୁଛି ପୋଲିସ । ପୂର୍ବରୁ ସମ୍ବଲପୁର କୋର୍ଟକୁ ମଧ୍ୟ ବୋମା ଧମକ ମିଳିଥିଲା । ପରେ କୋର୍ଟ ପରିସରକୁ ଖାଲି କରାଯାଇଥିଲା । ସୁରକ୍ଷା ବାହିନୀ ଟିମ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ ।



