ବାତିଲ ହେଲା ଭୁବନେଶ୍ୱର-ଦୁବାଇ ବିମାନ

ଭୁବନେଶ୍ୱର: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଭୁବନେଶ୍ୱର- ଦୁବାଇ ବିମାନ ବାତିଲ । ଏନେଇ ସୂଚନା ଦେଲେ ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ । ଆଜି ଦୁବାଇକୁ ଉଡିବାକୁ ଥିବା ବିମାନ ବାତିଲ ହୋଇଛି । ବୁଧବାର ଦୁବାଇକୁ ବିମାନ ଉଡିବ କି ନାହିଁ କାଲିର ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ । କାଲି ଅପଡେଟ ମିଳିବା ପରେ ଦୁବାଇ ବିମାନକୁ ନେଇ ନିଷ୍ପତ୍ତି ନିଆଯିବ । ଏହାରି ଭିତରେ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ସମେତ ଅନେକ ଭାରତୀୟ ବିମାନ ମଧ୍ୟପ୍ରାଚ୍ୟକୁ ଏବଂ ସେଠାରୁ ଉଡାଣ କରିବା ବାତିଲ କରାଯାଇଛି । ଏଣୁ ଦିଲ୍ଲୀ, ମୁମ୍ବାଇ ଏବଂ ଅନ୍ୟାନ୍ୟ ପ୍ରମୁଖ ଅନ୍ତର୍ଜାତୀୟ ହବ ସମେତ ଭାରତର ବିଭିନ୍ନ ବିମାନ ବନ୍ଦରରେ ଶହ ଶହ ଯାତ୍ରୀ ଫସି ରହିଛନ୍ତି । ଏୟାର ଇଣ୍ଡିଆ ମାର୍ଚ୍ଚ ୨ରେ ଲଗାତାର ଦ୍ୱିତୀୟ ଦିନ ପାଇଁ ଅନେକ ଅନ୍ତର୍ଜାତୀୟ ବିମାନ ଚଳାଚଳ ବାତିଲ କରିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button