ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ବିଧାନସଭା ଆରମ୍ଭ ହେବା ଦିନଠାରୁ ଚାଲିପାରୁନି ବିଧାନସଭା । ଏନେଇ ବାଚସ୍ପତି ସୁମା ପାଢୀ ସର୍ବଦଳୀୟ ବୈଠକ ଡାକିଛନ୍ତି । ପୁଣି ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ମୁଲତବି କରିଛନ୍ତି ବାଚସ୍ପତି ସୁରମା ପାଢୀ । ସୂଚନାଥାଉକି, ଆଜି ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ବାଚସ୍ପତିଙ୍କ ପୋଡିୟମ ପାଖକୁ ଆସି ନାରାବାଜି କରିଥିଲେ ବିରୋଧୀ । ହାତରେ ପ୍ଲାକାର୍ଡ , ପୋଷ୍ଟର ଧରି ବିରୋଧୀ ସଦସ୍ୟ ହୋହଲ୍ଲା କରି ବିକ୍ଷୋଭ ପ୍ରଦର୍ଶନ କରିଥିଲୋ ଚାଷୀଙ୍କୁ ନ୍ୟାୟ, ଧାନ ମଣ୍ଡିରେ ଅବ୍ୟବସ୍ଥା, କଟନୀ ଛଟନୀ ଏସବୁ ପ୍ରସଙ୍ଗକୁ ଭିତ୍ତି କରି ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିରୋଧୀ ଏପରି ବିଶୃଙ୍ଖଳା କରିବାରୁ ବାଚସ୍ପତି ନିଜ ଜାଗାରେ ବସିବା ପାଇଁ ଅନୁରୋଧ କରିବା ସତ୍ବେ କଥାକୁ ମାନିନଥିଲେ । ଏଣୁ ଗୃହକୁ ବାଚସ୍ପତି ସୁରମା ପାଢୀ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button