ପରୀକ୍ଷା କେନ୍ଦ୍ର ବୁଲିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା କେନ୍ଦ୍ର ବୁଲି ଦେଖିଛନ୍ତି । ପରୀକ୍ଷା କିପରି ସ୍ୱଚ୍ଛତାର ସହିତ କରାଯାଉଛି, ପ୍ରଶ୍ନପତ୍ର କିପରି ଲିକ ନ ହେବ, ମେଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ ଶୀଘ୍ର ପ୍ରକାଶ ପାଇବ ସେ ଉପରେ ଆଲୋଚନା କରିଥିଲେ । ଏପରିକି ଉପାନ୍ତ ଅଞ୍ଚଳରେ ପିଲାମାନେ କିଭଳି ଠିକ ଭାବରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ ସେନେଇ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ଆଜି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଭୁବନେଶ୍ୱରର ୟୁନିଟ ୧ ସରକାରୀ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର ବୁଲି ଦେଖିଛନ୍ତି । ଏହି ଅବସରରେ ମନ୍ତ୍ରୀ କହିଛନ୍ତି, ପୂର୍ବ ବର୍ଷ ତୁଳନାରେ ଏ ବର୍ଷ ମେଟ୍ରିକ୍ ଓ ଯୁକ୍ତ ଦୁଇ ରେଜଲ୍ଟ ଶୀଘ୍ର ବାହାରିବ । ପରୀକ୍ଷା ପରିଚାଳନା ବ୍ୟବସ୍ଥା ନେଇ ମନ୍ତ୍ରୀ ଆହୁରି କହିଥିଲେ, ଯଦି କୌଣସି ପରୀକ୍ଷା କେନ୍ଦ୍ରକୁ ପିଲା ପହଞ୍ଚିପାରି ନଥିବେ ତେବେ ତାର ଅନୁଧ୍ୟାନ କରାଯିବ । କିଛି କେନ୍ଦ୍ରରେ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ନଜରକୁ ଆସୁଛି । ସ୍ବଚ୍ଛତାର ସହ ପରୀକ୍ଷ ହେଉଛି ନା ନାହିଁ ତାର ତଦାରଖ କରାଯାଉଛି । ସମସ୍ତ କେନ୍ଦ୍ରରେ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି । ସିସିଟିଭି ଠିକ୍ ଭବେ କାମ କରୁଛି ।



