ବୋଲଗଡ ବିଡିଓଙ୍କ କାର ଭାଙ୍ଗିଦେଲେ ଜନପ୍ରତିନିଧି

ଭୁବନେଶ୍ବର: ବୋଲଗଡ ବିଡିଓଙ୍କ କାର ଭାଙ୍ଗିଲେ ନିର୍ବାଚନ ଜନପ୍ରତିନିଧି । ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ନିର୍ବାଚିତ ଜନପ୍ରତିନିଧି । ବ୍ଲକ ଅଫିସରେ ଧସେଇ ପଶିବା ବେଳେ ପୋଲିସ ସହ ଠେଲାପେଲା ପରିସ୍ଥିତି ଉପୁଜିଥିଲା । ୧୦ ଦିନ ଧରି ଆନ୍ଦୋଳନ ଚଳାଇଛନ୍ତି ଅନେକ ନିର୍ବାଚିତ ଜନପ୍ରତିନିଧି । ବିଡିଓ ଅସମ୍ମାନ କରୁଥିବା ଓ ଗଣତନ୍ତ୍ର ଦିବସରେ ଅସହଯୋଗ କରିଥିବା ଅଭିଯୋଗ ହୋଇଛି । ବିଡିଓଙ୍କୁ ହଟାଇବା ଦାବିରେ ଆନ୍ଦୋଳନ କରୁଥିବା ନିର୍ବାଚିତ ଜନପ୍ରତିନିଧିମାନେ ଆଜି ଉଗ୍ର ରୂପ ଧାରଣ କରି ବିଡିଓଙ୍କ ଗାଡ଼ି ଭଙ୍ଗାରୁଜା କରିବା ସହ ବ୍ଲକ କାର୍ଯ୍ୟାଳୟ ପରିସରରେ ହଙ୍ଗାମା କରିଛନ୍ତି। ବ୍ଲକ ଅଧ୍ୟକ୍ଷାଙ୍କ ସହ ୧୯ ପଞ୍ଚାୟତର ଜନପ୍ରତିନିଧି ଚଳାଇଛନ୍ତି ଆନ୍ଦୋଳନ ।



