‘ୱେଭ୍ସ କ୍ରିଏଟର୍‌’ କର୍ଣ୍ଣରକୁ ଉଦଘାଟନ କଲେ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬ ଅବସରରେ ୱେଭ୍ସ କ୍ରିଏଟର୍ସ କର୍ଣ୍ଣରକୁ ଉଦଘାଟନ କରିଛନ୍ତି। ଏହି ପାଭିଲିୟନକୁ ସମ୍ପୂର୍ଣ୍ଣ କ୍ରିୟାଶୀଳ ଏବଂ ବ୍ୟବହାରିକ ନବସୃଜନ କାର୍ଯ୍ୟକ୍ଷେତ୍ର ରୂପେ ପରିକଳ୍ପନା କରାଯାଇଛି। ଏହି ପାଭିଲିୟନକୁ ଏଭିଜିସି-ଏକ୍ସଆର (ଆନିମେସନ, ଭିଏଫଏକ୍ସ, ଗେମିଂ, କମିକ୍ସ ଏବଂ ଏକ୍ସଟେଣ୍ଡେଡ୍‌ ରିୟଲିଟି) ଇକୋସିଷ୍ଟମ ମଧ୍ୟରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇର ପରିବର୍ତ୍ତନକାରୀ ପ୍ରୟୋଗ ନିମନ୍ତେ ଡିଜାଇନ୍‌ କରାଯାଇଛି। ୱେଭ୍ଏକ୍ସ, ୱେଭ୍ସ ବଜାର ଏବଂ କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ ଭଳି ମନ୍ତ୍ରଣାଳୟର ପ୍ରମୁଖ ପଦକ୍ଷେପର ୱେଭ୍ସ କ୍ରିଏଟର୍ସ କର୍ଣ୍ଣର ରଣନୀତିକ ଭାବେ ପ୍ରସାର କରିବ। ଶ୍ରୀ ବୈଷ୍ଣବ ପାଭିଲିୟନକୁ ବିସ୍ତୃତ ଭାବେ ବୁଲି ଦେଖିଥିଲେ। ଏହି ଅବସରରେ ସେ ୱେଭ୍ଏକ୍ସ ଷ୍ଟାର୍ଟଅପ୍ ଗ୍ରୁପର ଉଦୀୟମାନ ଉଦ୍ୟୋଗୀଙ୍କ ସହିତ ଆଡୋବ୍, ନେଟଫ୍ଲିକ୍ସ, ସୋନି ଏବଂ ଆମାଜନ ଭଳି ବିଶ୍ୱସ୍ତରୀୟ ସଂଗଠନର ବରିଷ୍ଠ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ସ୍ୱରୂପ, ଓ୍ୱେଭେକ୍ସ ଦ୍ୱାରା ସମର୍ଥିତ ୫୧ଟି ପ୍ରତିଭା ସମ୍ପନ୍ନ ଏଭିଜିସି-ଏକ୍ସଆର ଏବଂ ମିଡିଆ ଟେକ୍ ଷ୍ଟାର୍ଟଅପ୍ ପାଭିଲିୟନ୍‌ରେ ଏଆଇ-ଚାଳିତ ସମାଧାନ ଏବଂ ଇମର୍ସିଭ୍ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ କରୁଛନ୍ତି। ଶ୍ରୀ ବୈଷ୍ଣବ ଭାଷା ସେତୁ ଏବଂ କଳା ସେତୁ ଚ୍ୟାଲେଞ୍ଜର ବିଜେତାମାନଙ୍କ ସମେତ ଏହି ଉଦ୍ୟୋଗୀମାନଙ୍କ ସହିତ ଆଲୋଚନା କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button