ବିଧାନସଭାରେ ବିରୋଧୀଙ୍କ ହଚ୍ଚଗୋଳ: ୪ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର: ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନ । ହେଲେ ଚାଲିପାରିଲାନି ଗୃହ । ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖାଦେଇଥିଲା । ଦ୍ୱିତୀୟ ଦିନରୁ ଗୃହରେ ଚାଷୀ ତାତି ଦେଖିବାକୁ ମିଳିଥିଲା । ରାଜ୍ୟରେ ଧାନ କିଣାରେ ଅବ୍ୟବସ୍ଥା, ମଣ୍ଡି ସମସ୍ୟା, କଟଣା ଛଟଣୀ ଏସବୁ ସମସ୍ୟାକୁ ନେଇ ରାଜ୍ୟରେ ଚାଷୀ ହନ୍ତସନ୍ତ ହେଉଥିବାରୁ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଉଭୟ ବିଜେଡି ଓ କଂଗ୍ରେସ ଗୃହର ମଧ୍ୟଭାଗକୁ ଆସି ପ୍ଲା କାର୍ଡ ଧରି ପ୍ରତିବାଦ କରିଥିଲେ । ନାରାବାଜୀ ସହ ଗୃହରେ ଧାନ ରଖି ହୋହଲ୍ଲା ମଧ୍ୟ କରିଥିଲେ । ଗୃହ ପୁଣି ଆରମ୍ଭ ହେବା ପରେ ବିରୋଧୀ ସମାନ ପ୍ରକାର ବିଶୃଙ୍ଖଳା କରି ହଟ୍ଟଗୋଳ କରିଥିଲେ । ବିରୋଧୀ ଗୃହକୁ ଚଳାଇଦେଇନଥିଲେ । ଏନେଇ ବାଚସ୍ପତି ସୁରମା ପାଢୀ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି । ସୂଚନାଥାଉକି, ପୂର୍ବରୁ ଗୃହକୁ ପ୍ରଥମେ ୧୧ଟା ୩୦ ଯାଏଁ ମୁଲତବି କରାଯାଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button