ଆସନ୍ତାକାଲିଠୁ ଦ୍ୱାଦଶ, ଗୁରୁବାରରୁ ମାଟ୍ରିକ ପରୀକ୍ଷା

ଭୁବନେଶ୍ବର: ଆରମ୍ଭ ହୋଇଛି ଛାତ୍ରଛାତ୍ରୀଙ୍କର ପରୀକ୍ଷା ଋତୁ । ଆଜିଠୁ ସମଗ୍ର ଦେଶରେ ସିବିଏସଇ ପକ୍ଷରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ଠାରୁ ସାରା ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ଅନୁଷ୍ଠିତ ହେବ । ଏହା ସହିତ ଗୁରୁବାରଠାରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ । ଯାହାକୁ ନେଇ ସମ୍ପୂର୍ଣ୍ଣ ଭାବେ ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ ରହିଛି । ପ୍ରଶ୍ନପତ୍ରକୁ କିଭଳି ସୁରକ୍ଷା ଦିଆଯିବ, ସେନେଇ ପରୀକ୍ଷା କେନ୍ଦ୍ରଗୁଡ଼ିକୁ କଡ଼ାକଡ଼ି ଭାବେ ଜଗିବ ଏଆଇ କ୍ୟାମେରା । ପିଲାମାନେ କ’ଣ କ’ଣ ନେଇ ପରୀକ୍ଷା କେନ୍ଦ୍ର ମଧ୍ୟକୁ ଯିବେ ଓ କ’ଣ ନେବେ ନାହିଁ, ସେନେଇ ଗାଇଡ୍ ଲାଇନ୍ ଦିଆଯାଇଛି । ଚଳିତ ବର୍ଷ ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା ଆସନ୍ତା ଫେବୃଆରୀ ୧୮ ତାରିଖଠାରୁ ଅର୍ଥାତ ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି । ଆସନ୍ତାକାଲି ବିଜ୍ଞାନ ବିଭାଗର (ଏମଆଇଏଲ) ବିଷୟ ରହିଛି । ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହେବା ସହିତ ମଧ୍ୟାହ୍ନ ୧ଟାରେ ଶେଷ ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button