୧୬ରୁ ଆରମ୍ଭ ହେବ ଆଧାର ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଆଧାର ସମ୍ବନ୍ଧୀୟ ଅଭିଯୋଗ ଶୁଣାଣି । ଇଲୋକ୍ଟୋନିକ୍ସ ଓ ସୂଚନା ପ୍ରୟୁକ୍ତି ବିଭାଗ ପକ୍ଷରୁ ଶୁଣାଣି ହେବ । ଏଥିପାଇଁ ଓକାକ ପୋର୍ଟାଲ www.ocac.inରେ ପଞ୍ଜୀକରଣ ପାଇଁ ପରାମର୍ଶ ଦିଆଯାଇଛି । ଇଚ୍ଛୁକ ବ୍ୟକ୍ତି ସେମାନଙ୍କ ଆଧାର ସମ୍ବନ୍ଧୀତ ଅଭିଯୋଗ ଗୁଡିକୁ ଓକାକ ପୋର୍ଟାଲରେ ପଞ୍ଜୀକୃତ କରାଇ ପଞ୍ଜୀକରଣ ପାର୍ଥୀ ସ୍ୱୀକାର ପତ୍ର ସହିତ ଓକାକ ଟାୱାର ତଳ ମହଲା ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଜଣାଇପାରିବେ । ପ୍ରତ୍ୟେକ ସରକାରୀ କାର୍ଯ୍ୟ ଦିବସର ସୋମବାର ସକାଳ ୧୦ଟା ୩୦ମିନିଟରୁ ଉପସ୍ଥିତ ରହି ସମ୍ପୃକ୍ତ ଅଧିକାରୀଙ୍କୁ ସେମାନଙ୍କର ଅଭିଯୋଗ ଜଣାଇପାରିବେ ।



