୧୯ରୁ ମାଟ୍ରିକ ପରୀକ୍ଷା; କପି ରୋକିବ ସିସିଟିଭି

ଭୁବନେଶ୍ବର: ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଜଗିବ ସିସିଟିଭି । ଆସନ୍ତା ଫେବୃଆରୀ 19ରୁ ଆରମ୍ଭ ହେବାକୁ ଯାଉଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । ପରୀକ୍ଷାକୁ ଏଥର ଶୃଙ୍ଖଳିତ ଢଙ୍ଗରେ ପରିଚାଳନା କରିବା ଉପରେ କଡା ଆଭିମୁଖ୍ୟ ଗ୍ରହଣ କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ବିଶେଷକରି କୌଣସି ପରୀକ୍ଷାର୍ଥୀ ଯେପରି ଆସାଧୁ ଉପାୟ ଅବଲମ୍ବନ ନ କରନ୍ତି, ସେଥିପାଇଁ ପ୍ରଥମ ଥର ପାଇଁ ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା କରିଛି ବୋର୍ଡ । ସେହିପରି ପ୍ରଥମ ଥର ପାଇଁ ପ୍ରତ୍ୟେକ ଜିଲ୍ଲାରେ ଥିବା ପରୀକ୍ଷା କେନ୍ଦ୍ରରେ କପି ରୋକିବା ପାଇଁ ଜଣେ ଅତିରିକ୍ତ ଜିଲ୍ଲାପାଳଙ୍କୁ ନୋଡାଲ ଅଫିସର ଭାବରେ ଦାୟିତ୍ୱ ଦେଇଛି ବିଭାଗ । ଏଥିସହ ବୋର୍ଡ ପକ୍ଷରୁ 37ଟି ସ୍ବାୱାର୍ଡର ବ୍ୟବସ୍ଥା କରାଯାଇଥିବା ନେଇ ଇଟିଭି ଭାରତର ସ୍ୱତନ୍ତ୍ର ସାକ୍ଷାତକାରରେ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ବୋର୍ଡ ସଭାପତି, ଶ୍ରୀକାନ୍ତ ତରାଇ କହିଛନ୍ତି,”ଫେବୃଆରୀ 19ରୁ ଆରମ୍ଭ ହେବଚଳିତ ବର୍ଷର ମାଟ୍ରିକ ପରୀକ୍ଷା । ଚଳିତ ବର୍ଷ ଏହି ପରୀକ୍ଷା କିଭଲି ଶାନ୍ତି, ଶୃଙ୍ଖଳାର ସହ କରାଯିବ ସେନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପ୍ରଥମ ଥର ପାଇଁ ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା କରିଛି ବୋର୍ଡ ।ଜଣେ ଅତିରିକ୍ତ ଜିଲ୍ଲାପାଳଙ୍କୁ ନୋଡାଲ ଅଫିସର ଭାବରେ ଦାୟିତ୍ୱ ଦେଇଛି ବିଭାଗ । ଏଥିସହ ବୋର୍ଡ ପକ୍ଷରୁ 37ଟି ସ୍କୱାର୍ଡର ବ୍ୟବସ୍ଥା କରାଯାଇଥିବା ବେଳେ ଜିଲ୍ଲା ସ୍ତରରେ 72 ଟି ଫ୍ଲାଇଗିଂ ସ୍କାୱାର୍ଡ ଗଠନ କରାଯିବା । ଯଦି କୌଣସି ପରୀକ୍ଷାର୍ଥୀ କୌଣସି କାରଣରୁ 30.ମିନିଟ ବିଳମ୍ବରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚନ୍ତି, ତେବେ ତାଙ୍କୁ ପରୀକ୍ଷା ଦେବା ପାଇଁ ଅନୁମତି ଦିଆଯିବ । ଏହି ବ୍ୟବସ୍ଥା ପ୍ରଥମ ଥର ପାଇଁ ବୋର୍ଡ ପକ୍ଷରୁ କରାଯାଇଛି । ପୂର୍ବରୁ ପରୀକ୍ଷା ଆରମ୍ଭ ପରେ କୌଣସି ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆ ଯାଉନଥିଲା । କିନ୍ତୁ 30.ମିନିଟ ବିଳମ୍ବରେ ଆସୁଥିବା ପରୀକ୍ଷାର୍ଥୀଙ୍କୁ ଅଧିକ କୌଣସି ସମୟ ଦିଆଯିବ ନାହିଁ ।‘‘



