ଆଗୁଆ ହେବ ଯୁକ୍ତ ୩ ଓ ପିଜି ନାମଲେଖା: ଜୁନ୍‌ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଆଗୁଆ ହେବ ସ୍ନାତକ ଓ ସ୍ନାତକୋତ୍ତର ନାମଲେଖା । ଜୁଲାଇ ୧୦ରୁ ଶିକ୍ଷାଦାନ ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗର ଯୋଜନା ରଖିଛି । ଏପ୍ରିଲ ୩୦ ସୁଦ୍ଧା ପରୀକ୍ଷା ଓ ଜୁନ ୧ ସୁଦ୍ଧା ସ୍ନାତକ ରେଜଲ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚ ଶିକ୍ଷା ବିଭାଗ । କାରଣ ବିଭିନ୍ନ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପାଇଁ ଓଡ଼ିଶା ପିଲା ଆବେଦନ କରିପାରିବେ । ଏନେଇ ସବୁ ବିଶ୍ବବିଦ୍ୟାଳୟ ରେଜିଷ୍ଟ୍ରାର ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି ବିଭାଗ । ତେବେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ଚିଠିରେ ଦର୍ଶାଯାଇଛି ଯେ, ୨୦୨୬-୨୭ ଶିକ୍ଷାବର୍ଷର ପ୍ରଥମ ବର୍ଷ ୟୁ.ଜି. ଏବଂ ପି.ଜି (post graduation) ୧୦ ଜୁଲାଇ ୨୦୨୬ରୁ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ଜୁଲାଇ ୧୦ ରୁ ଶ୍ରେଣୀଗୃହ ଶିକ୍ଷାଦାନ ଆରମ୍ଭ ହେବାକୁ ଯାଉଛି ।ସେହି ଆନୁସାରେ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ସ୍ୱୟଂଶାସିତ କଲେଜ ଗୁଡ଼ିକୁ ଏପ୍ରିଲ ୩୦ ସୁଦ୍ଧା ୟୁ.ଜି. ଫାଇନାଲ ସେମିଷ୍ଟର ଏବଂ ଫାଇନାଲ୍ ବର୍ଷ ପରୀକ୍ଷା ଫଳ ଜୁନ ୧ ତାରିଖ ସୁଦ୍ଧା ପ୍ରକାଶ କରିବାକୁ ନିଷ୍ପତି ନିଆଯାଇଛି । ଆଗାମୀ ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ପି.ଜି. ପାଠ୍ୟକ୍ରମରେ ପ୍ରବେଶ ପାଇଁ CPET ପରୀକ୍ଷାର ଆୟୋଜିତ ଏବଂ ଶୀଘ୍ର ପରିଚାଳନା ସୁନିଶ୍ଚିତ କରିବା ପାଇଁ ଗୁରୁତ୍ୱ ଦିଆଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button