ଟି-୨୦ ବିଶ୍ଵକପର ବିପର୍ଯ୍ୟୟ: ଜିମ୍ବାୱେ ଠାରୁ ଅଷ୍ଟ୍ରେଲିଆ ପରାସ୍ତ

ନୂଆଦିଲ୍ଲୀ: ଆଜି ୨୦୨୬ ଟି-୨୦ ବିଶ୍ଵକପରେ ଜିମ୍ବାୱେ ଏକ ବଡ ବିପର୍ଯ୍ୟୟ ସୃଷ୍ଟି କରିଛି। ଗ୍ରୁପ-ବି ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଜିମ୍ବାୱେ ପରାସ୍ତ କରି ଇତିହାସ ରଚିଛି। ୨୩ ରନ ବ୍ୟବଧାନରେ ଅଷ୍ଟ୍ରେଲିଆ ପରାସ୍ତ ହୋଇଛି। ଜିମ୍ବାୱେ ପ୍ରଥମେ ବ୍ୟାଟିଂ କରି ୨ ଟି ୱିକେଟ ବିନିମୟରେ ୧୬୯ ରନ ସଂଗ୍ରହ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ଦଳ ସମସ୍ତ ୱିକେଟ ହରାଇ ମାତ୍ର ୧୪୬ ରନ କରିପାରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ମ୍ୟାଟ ରେନଶ’ ସର୍ବାଧିକ ୬୫ ରନ କରିଥିବା ବେଳେ ଗ୍ଲେନ ମାକ୍ସୱେଲ ୩୧ ରନ ଏବଂ ଟ୍ରାଭିସ ହେଡ ୧୭ ରନ କରିଥିଲେ। ଏମାନଙ୍କ ବ୍ୟତୀତ ଅନ୍ୟ କୌଣସି ଅଷ୍ଟ୍ରେଲିଆ ବ୍ୟାଟର ଦୁଇ ଅଙ୍କ ଛୁଇଁପାରିନଥିଲେ। ସେପଟେ ଜିମ୍ବାୱେ ପକ୍ଷରୁ ବ୍ଲେସିଙ୍ଗ ମୁଜରବାନୀ ୪ ଓଭରରେ ୧୭ ରନ ଦେଇ ୪ ଟି ୱିକେଟ ନେଇଥିବା ବେଳେ ୩.୩ ଓଭରରେ ୩ ଟି ୱିକେଟ ନେଇଥିଲେ। ସେହିଭଳି ଜିମ୍ବାୱେ ପକ୍ଷରୁ ବ୍ରିଆନ ବେନେଟ ସର୍ବାଧିକ ୬୪ ରନ କରି ଅପରାଜିତ ଥିଲେ। ଅଧିନାୟକ ସିକନ୍ଦର ରାଜା ଇନିଂସର ଶେଷ ବଲରେ ଛକା ମାରି (୧୩ ଟି ବଲରେ ୨୫ ରନ) ଦଳୀୟ ସ୍କୋରକୁ ୧୬୯ ରନରେ ପହଞ୍ଚାଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button