ITର ୫୧ ତମ ଜାତୀୟ ନାଟ୍ୟ ପର୍ବର ତୃତୀୟ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ ‘ମିତାଲି’

ଭୁବନେଶ୍ୱର : ଗତକାଲି ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପରେ ଇଣ୍ଟର୍ ନ୍ୟାସନାଲ ଥିଏଟର ର ୫୧ ତମ ଜାତୀୟ ନାଟ୍ୟ ପର୍ବରେ କୋଲକତାର ‘ନୟେ ନାଟୁଆ’ ନାଟ୍ୟ ଦଳ ଦ୍ବାରା ମଞ୍ଚସ୍ଥ ହେଲା ଗୌତମ ହାଲଦାର୍ ଙ୍କ ରଚିତ ଏବଂ ନିର୍ଦ୍ଦେଶିତ ନାଟକ ‘ମିତାଲି’ । ମଞ୍ଚରେ ଅତିଥି ଥିଲେ ବିଶିଷ୍ଟ ନାଟ୍ୟକାର ଡ. ମାୟା ଦାସ, ନାଟ୍ୟ ନିର୍ଦ୍ଦେଶକ ଲାଲା ବୀରେନ ରାୟ, ନାଟ୍ୟକାର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ରକ୍ଷକ ନାୟକ, ସମ୍ପାଦକ, କଳିଙ୍ଗ ଟିଭି।

ନାଟକ : ମିତାଲି (ବଙ୍ଗାଳୀ), ନୟେ ନାଟୁଆ ପ୍ରଡକ୍ସନ୍, ପଶ୍ଚିମବଙ୍ଗମିତାଲି ପ୍ରେମ ଓ ଏକାକୀତ୍ରର ଏକ ହୃଦୟସ୍ପର୍ଶୀ କାହାଣୀ। କୌଣସି ସହଚର କିମ୍ବା ପରିଚିତ ବିହୀନ ଏକ ଏକାକୀ ପୁରୁଷ ରାତିବେଳେ ସହରର ରାସ୍ତାରେ ଘୁରୁଥାଏ, ଯେଉଁଠି ସେ ପ୍ରତ୍ୟେକ ଗଲିକୋଣା ଓ ଅଟାଳିକାକୁ ନିଜ କଳ୍ପନାରେ ଚରିତ୍ରର ରୂପ ଦେଇ ଜୀବନ୍ତ କରିଦିଏ। ଏହି ଭ୍ରମଣ ମଧ୍ୟରେ ସେ ଏକ ଅଭିଜ୍ଞତାର ସାମ୍ନା କରେ, ଯାହା ଚାରିଟି ରାତି ଧରି ଚାଲିଥାଏ। ପ୍ରଥମ ରାତିରେ, ସେ ଜଣେ କାନ୍ଦୁଥିବା ନାରୀଙ୍କୁ ଭେଟେ। ଜୀବନରେ କେବେ ମଧ୍ୟ କାହାକୁ ଏଭଳି ସାହସ କରି ନିକଟତା ଦେଖାଇନଥିବା ସେଇ ପୁରୁଷ, ଏଥର ସାହସ କରି ତାଙ୍କ ପାଖକୁ ଯାଏ ଏବଂ ସାନା ଦେଏ।

ଯଦିଓ ସେ ନାରୀର ହୃଦୟ ଅନ୍ୟ କାହାକୁ ଭଲପାଏ, ତଥାପି ସେ ଏହି ପୁରୁଷଙ୍କ ସହ ମିତ୍ରତା କରେ। ଏଭଳି ଭାବେ ଦୁହେଁ ଚାରିଟି ରାତି ଏକାଠି ଅତୀତ କରଛି-ପରସ୍ପରକୁ ଜାଣିବା, ବୁଝିବା ଓ ନିକଟତା ଅନୁଭବ କରିବାରେ। ଏହି ଦୁଇ ଅସମ୍ଭାବ୍ୟ ଚରିତ୍ର ମଧ୍ୟରେ ଗଢ଼ିଉଠୁଥିବା ସମ୍ପର୍କ ଧୀରେ ଧୀରେ ଏକ ଅସହ୍ୟ ଚୂଡ଼ାନ୍ତ ମୁହୂର୍ତ୍ତକୁ ପହଞ୍ଚେ। ଏବଂ ଶେଷରେ-ଯେପରି ହଠାତ୍ ଆରମ୍ଭ ହୋଇଥିଲା-ସେହିପରି ହଠାତ୍ ଭାବେ କାହାଣୀର ସମାପ୍ତି ଘଟେ। ଏହା ପରେ ସ୍ୱପ୍ନସ୍ରଷ୍ଟା ପୁରୁଷଙ୍କ ପାଇଁ ସବୁକିଛି ନିର୍ଜୀବ ଓ ଅର୍ଥହୀନ ଲାଗିଥାଏ। ତାଙ୍କ ସ୍ୱପ୍ନିଳ ରାତିଗୁଡ଼ିକର ଆଲୋକ ନିର୍ବାପିତ ହୋଇଯାଏ। କନାଳାରୁ ଦେଖାଯାଉଥିବା ଦୃଶ୍ୟ ଓ ସାମ୍ନାର ଘରଟି ହଠାତ୍ “ପୁରୁଣା ଓ ନିରସ” ମନେ ହୁଏ। ଅପେକ୍ଷାକୃତ ଏକ ଅପରିକସ୍ଥିତ ସୂର୍ଯ୍ୟକିରଣର ଅଦୃଶ୍ୟ ହେବା, ସ୍ୱପ୍ନଦ୍ରଷ୍ଟାଙ୍କ ଏକାକୀତ୍ୱ ଓ ଜଗତ ସହ ଦୂରତ୍ୱକୁ ଆହୁରି ଗଭୀର କରେ। ଶେଷରେ ଆହୁରି ପ୍ରଶ୍ନ ଉଠେ “ଆନନ୍ଦର ସେଇ କିଛି ସୁଖଦ ମୁହୂର୍ତ୍ତକୁ ସ୍ମରଣ କରି ସାରା ଜୀବନ କାଟିବା-ମଣିଷର ସମ୍ପୂର୍ଣ୍ଣ ଜୀବନ ପାଇଁ କ’ଣ ଏତିକି ପର୍ଯ୍ୟାପ୍ତ ନୁହେଁ?”
କଳାକାର ବିବରଣୀ
ଗୌତମ ହାଲଦର ଓ ଦ୍ୟୁତି ଘୋଷ ହାଲଦର
ପାର୍ଥିବ ରାୟ
ସ୍ପନ୍ଦନ ବାନାର୍ଜୀ
ଅଦ୍ରିଜା ବୈରାଗୀ
ଶବ୍ଦ ଓ ସଙ୍ଗୀତ: ନୀଳାଞ୍ଜନ ନନ୍ଦୀ
ଆଲୋକ ପରିକଳ୍ପନା: ଦେବାଶିଷ ଚକ୍ରବର୍ତ୍ତୀ
ମଞ୍ଚ ସଜା (ଷ୍ଟେଜ୍ କ୍ରାଫ୍ଟ): ସଞ୍ଚୟନ ଘୋଷ
କାହାଣୀ: ଫ୍ୟୋଡୋର୍ ଦୋସ୍ତୋଏଭ୍ସ୍କି
ନାଟ୍ୟରୂପାନ୍ତର, ନିର୍ଦ୍ଦେଶନା ଓ ଅଭିନୟ: ଗୌତମ ହାଲଦର
IT ନାଟ୍ୟ ସମ୍ମାନରେ ସମ୍ମାନିତ ହୋଇଥିଲେ ବେଲଜିଅମ ନାଟ୍ୟକାର ଓ ଅଭିନେତା ଓଳିଭର୍ ନୋନନ୍, ମଞ୍ଚ ଅଭିନେତା ଉପେନ୍ଦ୍ର ପତି, IT ସାମ୍ବାଦିକ ସମ୍ମାନରେ ସମ୍ମାନୀତ ହୋଇଥିଲେ ସାମ୍ବାଦିକ ସ୍ୱାଗତିକା ସାହୁ ଏବଂ ରଂଜନ ନାୟକ l

IT ସମ୍ମାନରେ ସମ୍ମାନିତ ହୋଇଥିଲେ ମଞ୍ଚ ଅଭିନେତା ଉପେନ୍ଦ୍ର ପତି, ,ଆଇଟି ସାମ୍ବାଦିକ ସମ୍ମାନରେ ସମ୍ମାନିତ ହୋଇଥିଲେ ସକାଳ ଖବର କାଗଜର ସାମ୍ବାଦିକା ରଂଜନା ନାୟକ, ବେଲଜିଅମ ର ବିଶିଷ୍ଟ ନାଟ୍ୟବିତ୍ ଓଳିଭର ନୋନନ । ସୂଚନା ଥାଉ କି, ଗତକାଲି ପୂର୍ବାହ୍ନ ୧୦ ଟାରେ ଇଣ୍ଟରନେସନାଲ୍ ଥିଏଟର ଦ୍ୱାରବେକ୍ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନା ଚକ୍ରରେ ଅନୁଷ୍ଠାନର ନିର୍ଦେଶକ ମିହିର ମେହେରଙ୍କ ସହିତ ସାଧାରଣ ସମ୍ପାଦକ ସୁରେଶ କୁମାର ନାୟକ ଉପସ୍ଥିତ ଥିଲେ ।



