ହଷ୍ଟେଲରେ ଝାଡାବାନ୍ତି, ଜଣେ ଛାତ୍ରୀ ମୃତ

ଭୁବନେଶ୍ବର: ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଚାଟିକଣା ପଞ୍ଚାୟତ ବାରିଗୁଡା ଗ୍ରାମରେ ଥିବା ନଳିନୀ ବିଦ୍ୟାମନ୍ଦିର ହଷ୍ଟେଲରେ ଝାଡ଼ାବାନ୍ତି ଅଭିଯୋଗ । ଝାଡାବାନ୍ତି ହୋଇ ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ 40ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ମୃତ ଛାତ୍ରୀ ଜଣକ ଚତୁର୍ଥ ଶ୍ରେଣୀର ଲଗ୍ନା ଉରଲାକା ବୋଲି ଜଣାପଡ଼ିଛି । ତେବେ ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ରଖି ନାହାନ୍ତି । ସୂଚନା ଅନୁସାରେ ଗତକାଲି (ଜାନୁଆରୀ 30) ବିଦ୍ୟାଳୟରେ ଝାଡ଼ାବାନ୍ତି ବ୍ୟାପିଥିବା ବେଳେ ଆଜି ସକାଳେ ଛାତ୍ରୀଜଣଙ୍କର ମୃତ୍ୟୁ ହୋଇଥିଲା । ବିଷମ କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ 40ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସିତ ହେଉଛନ୍ତି । କେଉଁ କାରଣରୁ ଛାତ୍ରଛାତ୍ରୀମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଲେ ସେନେଇ କୌଣସି ସୂଚନା ମିଳିପାରିନାହିଁ । ତେବେ ଲଗ୍ନା ଅସୁସ୍ଥ ହେବା ପରେ ପରିବାରବର୍ଗ ତାକୁ ନିଜ ଗ୍ରାମକୁ ନେଇଥିବା ବେଳେ ସେଠାରେ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button