ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେଲେ ସୁନେତ୍ରା ପାୱାର

ନୂଆଦିଲ୍ଲୀ: ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁନେତ୍ରା ପାୱାର । ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ଆଜି ପଦ ଏବଂ ଗୋପନୀୟତାର ଶପଥ ପାଠ ନେଇଛନ୍ତି । ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ନିକଟରେ ଅଜିତ ପାଓ୍ୱାରଙ୍କ ମୃତ୍ୟୁ ପରେ ଉପମୁଖ୍ୟମନ୍ତ୍ରୀ ପଦ ଖାଲି ପଡିଥିଲା । ଆଜି  ମହାରାଷ୍ଟ୍ର ଲୋକଭବନରେ ଦିବଂଗତ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ରାଜ୍ୟର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ମହାରାଷ୍ଟ୍ର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ସମସ୍ତ ବରିଷ୍ଠ ଏନସିପି ଏବଂ ବିଜେପି ନେତା ଏବଂ ମନ୍ତ୍ରୀମାନେ ଉପସ୍ଥିତ ଥିଲେ । ଜାନୁଆରୀ ୨୮ ତାରିଖରେ ବାରାମତିରେ ଏକ ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ମୃତ୍ୟୁ ହୋଇଥିଲା । ଶପଥ ଗ୍ରହଣ ପୂର୍ବରୁ, ସୁନେତ୍ରା ପାୱାରଙ୍କୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ବିଧାୟକ ଦଳର ନେତା ମନୋନୀତ କରାଯାଇଥିଲା । ସେ ଏବେ ଅଜିତ ପାୱାରଙ୍କ ମୃତ୍ୟୁ ଦ୍ୱାରା ଖାଲି ହୋଇଥିବା ବାରାମତି ଆସନରୁ ଉପନିର୍ବାଚନ ଲଢ଼ିବେ । ଶପଥ ଗ୍ରହଣ ପୂର୍ବରୁ, ପାୱାର ତାଙ୍କ ରାଜ୍ୟସଭା ଆସନରୁ ଇସ୍ତଫା ଦେଇଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button