ଫେବୃଆରୀ 17ରୁ ବଜେଟ ଅଧିବେଶନ

ଭୁବନେଶ୍ବର: ଆସନ୍ତା ଫେବୃଆରୀ 17ରୁ ଆରମ୍ଭ ହେବ ଓଡିଶା ବିଧାନସଭାର ବଜେଟ ଅଧିବେଶନ । ଆର୍ଥିକ ବର୍ଷ 2026-27ର ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ । ଅଧିବେଶନରେ ମୋଟ 29ଟି କାର୍ଯ୍ୟ ଦିବସ ରହିଛି । ଫେବୃଆରୀ 20 ତାରିଖରେ 2026-27 ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ମୋହନ ଚରଣ ମାଝୀ । ଅଧିବେଶନ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇ ଏପ୍ରିଲ 8 ତାରିଖ ପର୍ଯ୍ୟନ୍ତ ଚାଲିବ । ବିଧାନସଭା ସଚିବ ଏନେଇ ଚିଠି ଲେଖି ବିଧାନସଭା ସଦସ୍ୟ, ସଦସ୍ୟା, ସମସ୍ତ ବିଭାଗର ସଚିବଙ୍କୁ ସୂଚନା ଦେଇଛନ୍ତି । ବିଧାନସଭା ସଚିବଙ୍କ ପକ୍ଷରୁ ଜାରି ହୋଇଥିବା କାର୍ଯ୍ୟସୂଚୀ ଅନୁସାରେ, ଫେବ୍ରୁଆରୀ 17ରେ ରାଜ୍ୟପାଳ ଓଡିଶାର ରାଜ୍ୟପାଳ ହରିବାବୁ କମ୍ଭମପାଟି ଗୃହରେ ଅଭିଭାଷଣ ରଖିବେ । ଆର୍ଥିକ ବର୍ଷ 2026-27 ପାଇଁ ବିଜେପି ସରକାରଙ୍କ ଆଭିମୁଖ୍ୟ, ଯୋଜନା ବାବଦରେ ରାଜ୍ୟପାଳ ଅଭିଭାଷଣ ରଖିବେ । ରାଜ୍ୟପାଳଙ୍କ ଅଭିଭାଷଣରୁ ବଜେଟ ଅଧିବେଶନ ଆରମ୍ଭ ହେବ । ଶୋକ ପ୍ରସ୍ତାବ ସହ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେବ । ଧନ୍ୟବାଦ ପ୍ରସ୍ତାବକୁ ନେଇ ଫେବୃଆରୀ 18 ଓ 19 ତାରିଖ 2 ଦିନ ଧରି ସରଗରମ ଆଲୋଚନା ହେବ । 20ରେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 2026-27 ଆର୍ଥିକ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ କରିବେ । 21 ଅଫିସିଆଲ କାର୍ଯ୍ୟକ୍ରମ ଥିବା ବେଳେ 23 ଓ 24 ତାରିଖରେ ବଜେଟ ଉପରେ ସାଧାରଣ ଆଲୋଚନା ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button