ଯାତ୍ରା ପାର୍ଟି ଗାଡି ଓଲଟି ଜଣେ ଗୁରୁତର

ଭୁବନେଶ୍ବର: ଚନ୍ଦାହାଣ୍ଡି ଘାଟିରେ ଓଲଟିଲା ଯାତ୍ରା ପାର୍ଟି ଗାଡି । ଏହି ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୭ଟା ସମୟରେ ଝରିଗାଁ – ଚନ୍ଦାହାଣ୍ଡି ଘାଟିରେ ଯାତ୍ରା ପାର୍ଟିର କଳାକାରମାନଙ୍କୁ ନେଇ ଯାଉଥିବା ଏକ ଗାଡି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଗାଡିରେ ପ୍ରାୟ ୯ ଜଣ ଯାତ୍ରୀ ଥିବା ଜଣାପଡିଛି । ଏହି ଦୁର୍ଘଟଣା ପରେ ଗାଡିରେ ବସିଥିବା ପ୍ରାୟ ୮ ଜଣ କଳାକାର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ହୋଇଥିବା ଦେଖି ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେବା ସହ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇବାରେ ସାହାଯ୍ୟ କରିଥିଲେ । ତେବେ ଏହି ଦୁର୍ଘଟଣା ପାଇଁ କିଏ ଦାୟୀ ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।



