ପୋଲିସ ପରେଡ୍ ଗ୍ରାଉଣ୍ଡ ନିକଟରେ ବିସ୍ଫୋରଣ: ୫ ଗୁରୁତର

ନୂଆଦିଲ୍ଲୀ: ପୋଲିସ ପରେଡ୍ ଗ୍ରାଉଣ୍ଡ ନିକଟରେ ଭୟଙ୍କର ବିସ୍ଫୋରଣ । ଏହି ବିସ୍ଫୋରଣ ଯୋଗୁଁ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ବିନୋଦ ଥୋରାଟ, ମୋହିତ ଯାଦବ, ଅତୁଲ ଶେୱାଲେ, ପ୍ରମିଳା ଯାଦବ ଏବଂ ଉଜ୍ଜ୍ୱଳା ମହାଜନ ବୋଲି ଚିହ୍ନଟ କରାଯାଇଛି । ସୂଚନା ଅନୁସାରେ, ମହାରାଷ୍ଟ୍ରର ମାଲେଗାଓଁରେ ସକାଳ ପ୍ରାୟ ୯:୧୫ ସମୟରେ ଗଣତନ୍ତ୍ର ଦିବସ ପାଳନ ସମୟରେ ପୋଲିସ ପରେଡ୍ ଗ୍ରାଉଣ୍ଡ ନିକଟରେ ଏକ ନାଇଟ୍ରୋଜେନ୍ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଛି । ଘଟଣାଟି ପୋଲିସ ପରେଡ୍ ଗ୍ରାଉଣ୍ଡରୁ ପ୍ରାୟ ୨୫୯ ମିଟର ଦୂରରେ ଘଟିଛି, ଯେଉଁଠାରେ ଜଣେ ବ୍ୟକ୍ତି ନାଇଟ୍ରୋଜେନ୍ ଗ୍ୟାସ୍ ଭର୍ତ୍ତି ବେଲୁନ୍ ବିକ୍ରି କରୁଥିଲେ । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ପାଖରେ ଥିବା ପାଞ୍ଚ ଜଣ ଲୋକେ ଗୁରୁତର ଆହତ ହୋଇଥିଲେ । ସମସ୍ତଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଦୁଇ ଗୁରୁତରଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ନାସିକ ସ୍ଥାନାନ୍ତର କରାଯାଇଛି । ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।



