ମାଘ ସପ୍ତମୀ ପାଇଁ ଚନ୍ଦ୍ରଭାଗାରେ ଆସ୍ଥାର ବୁଡ଼ ପକାଇଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ

ଭୁବନେଶ୍ବର: ପବିତ୍ର ମାଘ ସପ୍ତମୀ ଅବସରରେ ଚନ୍ଦ୍ରଭାଗା ତୀର୍ଥ ପୁଷ୍ପରଣୀରେ ବୁଡ଼ ପକାଇଲେ ଲକ୍ଷାଧିକ ଭକ୍ତ । ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି ପବିତ୍ର ମାଘ ସପ୍ତମୀ ବୁଡ । ରୀତିନୀତି ଅନୁସାରେ ତିନି ଠାକୁରଙ୍କ ପୂଜା ସମାପନ ପରେ ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇଥିଲେ ଶ୍ରଦ୍ଧାଳୁ । ସେପଟେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇ ଥିଲା । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉପସ୍ଥିତ ରହି ପରିସ୍ଥିତି ଉପରେ ଅନୁଧ୍ୟାନ କରିଥିଲେ । ଆଜି ହେଉଛି ମାଘ ମାସ ସପ୍ତମୀ । ବିଶ୍ଵପ୍ରସିଦ୍ଧ ପବିତ୍ର ଚନ୍ଦ୍ରଭାଗା ମାଘ ସପ୍ତମୀ ବୁଡ । ଏଥିପାଇଁ ଚଳଚଞ୍ଚଳ ଅର୍କକ୍ଷେତ୍ର କୋଣାର୍କର ଚନ୍ଦ୍ରଭାଗାପୀଠ । ଆଜିର ଦିନରେ ଏଠାରେ ବୁଡ ପକାଇଲେ ବିଭିନ୍ନ ରୋଗରୁ ଉପଶମ ମିଳିଥିବା ବେଳେ ମାନସିକ ଶାନ୍ତି ମିଳିଥାଏ ବୋଲି ବିଶ୍ଵାସ ରହିଛି । ଆଜିର ଦିନରେ ଚନ୍ଦ୍ରଭାଗାରେ ସ୍ନାନକରି ଉଦିତ ସୂର୍ଯ୍ୟଙ୍କୁ ଦର୍ଶନ କଲେ ମହାପୁଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି । ଏହି ବିଶ୍ଵାସ ଓ ପରମ୍ପରା ନୁସାରେ ଆଜି ଚନ୍ଦ୍ରଭାଗାରେ ଭକ୍ତ ତୀର୍ଥ ପୁଷ୍ପରଣୀରେ ସ୍ନାନ କରିଛନ୍ତି ଲକ୍ଷ ଲକ୍ଷ ଭକ୍ତ ।



