ଆସନ୍ତାକାଲିଠାରୁ ଚାରିଦିନ ପାଇଁ ବନ୍ଦ ରହିବ ଦେଶର ସମସ୍ତ ବ୍ୟାଙ୍କ୍

ଭୁବନେଶ୍ବର: ଧାରାବାହିକ ଭାବେ ଆସନ୍ତାକାଲିଠାରୁ ଚାରିଦିନ ପାଇଁ ବନ୍ଦ ରହିବ ଦେଶର ସମସ୍ତ ବ୍ୟାଙ୍କ। କାରଣ ହେଲା ଏକାଥରେ ତିନିଦିନ ଧରି ଛୁଟି ପଡୁଥିବା ବେଳେ ଗୋଟିଏ ଦିନ ବ୍ୟାଙ୍କ ଅଫିସର ସଂଘ ଦିନିକିଆ ଧର୍ମଘଟ ଡାକରା ଦେଇଛି। ଫଳରେ ଚାରିଦିନ ଏହି ଛୁଟି ପଡୁଥିବାରୁ ବ୍ୟାଙ୍କ ଅଧିକାରୀମାନେ ବେଶ ଖୁିସି ରହିଛନ୍ତି। ସୂଚନା ଅନୁସାରେ ଆସନ୍ତାକାଲି ହେଉଛି ମାସର ଚତୁର୍ଥ ଶନିବାର, ଯାହା ସାଧାରଣରେ ବ୍ୟାଙ୍କ ବନ୍ଦ ରହେ। ସେହିପରି ତାପରଦିନ ହେଉଛି ରବିବାର ଏବଂ ସୋମବାରରେ ହେଉଛି ଗଣତନ୍ତ୍ର ଦିବସ। ତିନିଦିନ ସରକାରୀ ଛୁଟି ସରିବା ପରେ ମଙ୍ଗଳବାର ଦିନ ଦେଶର ବ୍ୟାଙ୍କ ମହାସଂଘ ଧର୍ମଘଟ ଡାକରା ଦେଇଛି। ଫଳରେ ସେହିଦିନ ମଧ୍ୟ ବ୍ୟାଙ୍କ କାମ କିଛି ହୋଇପାରିବ ନାହିଁ। ବ୍ୟାଙ୍କରେ ସପ୍ତାହକୁ ପାଞ୍ଚଦିନ କାମ କରିବା ପାଇଁ କର୍ମଚାରୀମାନେ ଦାବୀ କରିଛନ୍ତି। ଫଳରେ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ United Forum of Bank Unions ଏହି ଦିନିକିଆ ଆନ୍ଦୋଳନ ଡାକରା ଦେଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button