ମହାନଦୀ ସମସ୍ୟା ପାଇଁ ବିଜେଡି ଦାୟୀ: ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ବିଜେଡି ଉପରେ ବର୍ଷିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ମହାନଦୀ ଟ୍ରିବ୍ୟୁନାଲରେ ବିଳମ୍ବ ବିଜେଡି ସରକାରରେ ହୋଇଥିଲା । ୨୪ ବର୍ଷ ଶାସନ ବେଳେ ଏହି ସମସ୍ୟା ସୃଷ୍ଟି ହୋଇଥିଲା । ଛତିଶଗଡର ବ୍ୟାରେଜ ନିର୍ମାଣକୁ ସେ ସମୟରେ ବିରୋଧ କଲେ ନାହିଁ । କେନ୍ଦ୍ର ସରକାର ଟ୍ରିବ୍ୟୁନାଲ କାଳ ଦେଢ ବର୍ଷରୁ ୫ ବର୍ଷ ଯାଏଁ ବଢାଇଲେ । ୨୦୧୪ ରୁ ୨୦୨୨ ପର୍ଯ୍ୟନ୍ତ ଛତିଶଗଡ଼ ସରକାର ୫୦୦ରୁ ଅଧିକ ବ୍ୟାରେଜ ନିର୍ମାଣ କଲେ, ହେଲେ ଯେଉଁ ସମୟରେ ନିର୍ମାଣ କଲେ ସେ ସମୟରେ ସରକାର ବିରୋଧ କଲେ ନାହିଁ । ତେଣୁ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ୍ କଲେ, ହେଲେ ଓଡିଶା କେବଳ ଗୋଟିଏ ସାକ୍ଷୀକୁ ଟ୍ରିବ୍ୟୁନାଲ ସାମ୍ନାରେ ଉପସ୍ଥାପନ କଲା । ଆହୁରି ୨୧ ଜଣଙ୍କ ତାଲିକା ଦିଆଯାଇଥିଲା କିନ୍ତୁ ସାକ୍ଷ୍ୟ ଗ୍ରହଣ ହେଲା ନାଇଁ । ଏମିତି କି ସତ୍ୟପାଠ ମଧ୍ୟ ଦାଖଲ ହେଲା ନାହିଁ । ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ବିଧାନସଭା ସମୟରେ ତତ୍କାଳୀନ ଜଳ ସମ୍ପଦ ମନ୍ତ୍ରୀ କହିଲେ ଛତିଶଗଡ଼ ବ୍ୟାରେଜ ହେବା ପରେ ଓଡ଼ିଶାର କ୍ଷତି ହେବ ନାହିଁ । ଜଳ ଗତିପଥ କିମ୍ଭା ପରିମାଣ ପ୍ରଭାବିତ ହୋଇନାହିଁ । ତତ୍କାଳୀନ ମନ୍ତ୍ରୀଙ୍କ ସେହି ବିବୃତ୍ତିକୁ ଛତିଶଗଡ଼ ସରକାର ଟ୍ରିବ୍ୟୁନାଲରେ ଉପସ୍ଥାପନ କରିଛନ୍ତି । ଆମେ ଖୁବଶୀଘ୍ର ଟ୍ରିବ୍ୟୁନାଲ ନିକଟରେ ସତ୍ୟପାଠ ଦାଖଲ କରିବୁ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ ।

Related Articles

Leave a Reply

Your email address will not be published. Required fields are marked *

Back to top button