ଘରେ ପଶି ଲକ୍ଷାଧିକ ଟଙ୍କା, ସୁନା ଲୁଟିନେଲେ ଦୁର୍ବୃତ୍ତ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ପାଟପୁର ଇଲ୍ଲାକାରେ ପୁଣି ଚୋରି । ୪ ଦିନରେ ୧୦ଟି ଘରୁ ଚୋରି ହୋଇଛି । ଘର ବାରି ପଟେ ପଶି କବାଟ ତାଡି କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ପାଟପୁର ଥାନା ଠାରୁ ପ୍ରାୟ ଅଧ କିଲୋମିଟର ଦୂର ପାଟପୁର ବଢେଇ ସାହିରୁ ଲୁଟ କରିଛନ୍ତି ଦୁର୍ବୃତ୍ତମାନେ । ଆଜି ରତିକାନ୍ତ ସାବତଙ୍କ ଘରଲୋକେ ସକାଳୁ ଉଠି ଦେଖିଲା ବେଳେୁ ବାରି କବାଟ ଖୋଲା ରହିଥିଲା । ଆଲମାରି ଖୋଲା ରହି ଏଣତେଣେ ପଡିଥିଲା । ଆଲମାରିରେ ଥିବା ୧୨ ତୁଳା ସୁନା ଅଳଙ୍କାର ନଗଦ ୨ ଲକ୍ଷ ୬୦ ହଜାର ଟଙ୍କା ଲୁଟ କରି ନେଇଛନ୍ତି ଦୁର୍ବୃତ୍ତ । ତେବେ ବାରମ୍ବାର ଏହି ଚୋରି ଘଟଣା ନେଇ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଥିବା ପାଟକୁରା ପୋଲିସକୁ ଚ୍ୟାଲେଞ୍ଜ ଦେଉଛନ୍ତି ଦୁର୍ବୃତ୍ତ ।

Related Articles

Leave a Reply

Your email address will not be published. Required fields are marked *

Back to top button