ଦେଢ ଲକ୍ଷ ପାର କଲା ସୁନା ଦର

ଭୁବନେଶ୍ୱର: ଡରାଉଛି ସୁନା, କମୁନି ରୂପା । ବଜାରରେ ହୁ ହୁ ହୋଇ ବଢୁଛି ସୁନା ଏବଂ ରୂପା ଦର । ପ୍ରତିଦିନ ବଢୁଛି ପ୍ରତିଦିନ ଛାନିଆ କରୁଛି ରେଟ । ସପ୍ତାହକ ଭିତରେ ସୁନା ବଢିଗଲା ୧୦ ହଜାର ଟଙ୍କା ଆଜି ଭୁବନେଶ୍ୱର ବଜାରରେ ୨୨ କ୍ୟାରେଟ ୧୦ ଗ୍ରାମ ସୁନାର ଦାମ ୧ ଲକ୍ଷ ୪୧ ହଜାରରୁ ଅଧିକ ରହିଛି । ଯାହା ସପ୍ତାହକ ତଳେ ୧ ଲକ୍ଷ ୩୧ ହଜାର ଥିଲା । ସେହିପରି ୨୪ କ୍ୟାରେଟ ପହଞ୍ଚିଛି ୧ ଲକ୍ଷ ୫୪ ହଜାରରୁ ଅଧିକ ଟଙ୍କାରେ । ରୂପା ର ଦର ନକହିବା ଭଲ । ଆଜି ରୂପା କିଲୋ ୩ ଲକ୍ଷ ୪୦ ହଜାରରେ ବିକ୍ରି ହୋଇଛି । ମାସକ ଭିତରେ ଲକ୍ଷେ ଟଙ୍କାରୁ ଅଧିକ ବଢିଛି ରୂପା ଦର ।ଖାଲି ସେତିକି ନୁହେଁ, ମଧ୍ୟପ୍ରାଚ୍ୟ ଦେଶରେ ଅସ୍ଥିରତା ସ୍ଥିତି ଲାଗି ରହିବାରୁ ସୁନା ଓ ରୁପା ପରି ମୂଲ୍ୟବାନ ଧାତବ ପରିବହନ ମଧ୍ୟ ପ୍ରଭାବିତେ ହୋଇଛି। ଫଳରେ ଚାହିଦା ତୁଳନାରେ ଷ୍ଟକ କମି ଆସୁଛି। ଚୀନ, ଆମେରିକା, ଜାପାନର କେନ୍ଦ୍ରୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ସୁନା କିଣି ଷ୍ଟକ ରଖିଚାଲିଛନ୍ତି। ଗ୍ରିନଲ୍ୟାଣ୍ଡ ଦଖଲ କରିବାକୁ ଟ୍ରମ୍ପଙ୍କ ଜିଦରେ ଇଉରୋପ ରାଷ୍ଟ୍ରସମୂହ ବିରୋଧ କରୁଛନ୍ତି। ନାଟୋ ଓ ଜାତିସଂଘକୁ ମଧ୍ୟ ଏକ ପ୍ରକାର ଅପ୍ରାସଙ୍ଗିକ କରିବାକୁ ପଛାଇନାହାନ୍ତି ଆମେରିକା ରାଷ୍ଟ୍ରପତି। ଆଗାମୀ ଦିନରେ ସୁନା ଓ ରୁପା ଦର ଆହୁରି ବଢ଼ିବ। ଆଜି ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ପ୍ରତି ଆଉନସ ବା ୩୦ ଗ୍ରାମ ପିଛା ବଢ଼ି ୪ ହଜାର ୬୮୯ ଡଲାର ରହିଥିବା ବେଳେ ରୁପା ୩୦ ଗ୍ରାମ ପିଛା ହୋଇଛି ୯୪ ଆମେରିକୀୟ ଡଲାର।



