ବିମାନକୁ ବିପଦ ଆମିଷ ବର୍ଜ୍ୟ: ଆମିଷ ଦୋକାନୀଙ୍କ ଉପରେ କଟକଣା ଲଗାଇଲା BMC

ଭୁବନେଶ୍ବର: ବିମାନ ନିରାପତ୍ତା ଦୃଷ୍ଟିରୁ ଆମିଷଦୋକାନୀଙ୍କ ଉପରେ ବିଏମସି ଲଗାଇଲା କଟକଣା । ଆମିଷ ବର୍ଜ୍ୟ ଏଣେ ତେଣେ ଫିଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଅମାନିଆ ହେଲେ ଆବଶ୍ୟକ ସ୍ଥଳରେ ଦୋକାନ ଲାଇସେନ୍ସ ରଦ୍ଦ ହୋଇପାରେ। ଫେବୃଆରୀ ୧ରୁ ଏହି ନିୟମ କଡ଼ାକଡ଼ି ଅନୁପାଳନ ହେବ। ଏନେଇ ଆଜି ସର୍ବସାଧାରଣ ନୋଟିସ ଜାରି କରିଛି ବିଏମସି । ମାଛ, ମାଂସ ଦୋକାନୀଙ୍କ ଉପରେ କଟକଣା ଲଗାଯାଇଛି । କେମିତି ଓ କେଉଁ ଉପାୟରେ ଆମିଷ ବର୍ଜ୍ୟ ରଖିବେ ଓ ବିଏମସି ଗାଡ଼ିକୁ ଦେବେ ତାର ମାର୍ଗଦର୍ଶିକା ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ ।

Related Articles

Leave a Reply

Your email address will not be published. Required fields are marked *

Back to top button