୧୮ରେ ଚିଲିକାରେ ପକ୍ଷୀ ଗଣନା

ଭୁବନେଶ୍ୱର: ଆସନ୍ତା ୧୮ ତାରିଖରେ ଚିଲିକାରେ ହେବ ପକ୍ଷୀ ଗଣନା । ୫ଟି ରେଞ୍ଜରେ ମୋଟ ୨୨ଟି ଟିମ କରିବେ ଗଣନା । ବାଲୁଗାଁ, ରମ୍ଭା, ଟାଙ୍ଗୀ, ଚିଲିକା ଓ ସାତପଡାରେ କରିବେ ଗଣନା । ଆସନ୍ତା ୨୦, ୨୧ ଓ ୨୨ ତାରିଖରେ ହେବ ଡଲଫିନ ଗଣନା । ୧୮ଟି ଟିମରେ ୯୦ ଜଣ ବାଲୁଗାଁ ଓ ସାତପଡାରେ କରିବେ ଗଣନା । ପକ୍ଷୀ ଗଣନା ଲାଗି ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ଅବସରପ୍ରାପ୍ତ ଜଙ୍ଗଲ ବିଭାଗ ଅଧିକାରୀ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ କର୍ମଚାରୀ, ଓୟୁଏଟିର ଅଧାପକ/ ପ୍ରଫେସର ଏବଂ ଛାତ୍ରଛାତ୍ରୀ, କାର୍ଯ୍ୟରତ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟର ଶିକ୍ଷାବିତ ଏବଂ ଛାତ୍ରଛାତ୍ରୀ ଓ ଅଣ ସରକାରୀ ସଂସ୍ଥା, ଏନଜିଓ ମାନେ ଯୋଗଦେବେ।



