ଭାରତୀୟ ଏଆଇ ଷ୍ଟାର୍ଟଅପଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୋଲଟେବୁଲ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ୭, ଲୋକ କଲ୍ୟାଣ ମାର୍ଗସ୍ଥିତ ବାସଭବନରେ ଭାରତୀୟ ଏଆଇ ଷ୍ଟାର୍ଟ-ଅପ୍ସମାନଙ୍କ ସହିତ ଗୋଲଟେବୁଲ ଆଲୋଚନାରେ ଅଧ୍ୟକ୍ଷତା କରିଛନ୍ତି। ଆସନ୍ତା ମାସରେ ଭାରତରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ ଅନୁଷ୍ଠିତ ହେଉଛି । ତା ପୂର୍ବରୁ ଏହି ସମ୍ମିଳନୀର ଏକ ଅଂଶ “ସମସ୍ତଙ୍କ ପାଇଁ ଏଆଇ: ଗ୍ଲୋବାଲ୍ ଇମ୍ପାକ୍ଟ ଆହ୍ଵାନ” ପାଇଁ ମନୋନୀତ ୧୨ ଜଣ ଭାରତୀୟ ଏଆଇ ଷ୍ଟାର୍ଟଅପ୍ ଏହି ଗୋଲଟେବୁଲ ବୈଠକରେ ଅଂଶଗ୍ରହଣ କରିଥିଲେ ଏବଂ ସେମାନଙ୍କର ଚିନ୍ତାଧାରା ଏବଂ କାର୍ଯ୍ୟ ସଂପର୍କରେ ଉପସ୍ଥାପନ ଦେଇଥିଲେ। ଏହି ଷ୍ଟାର୍ଟଅପ ଗୁଡ଼ିକ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ଯେପରିକି ଭାରତୀୟ ଭାଷା ଫାଉଣ୍ଡେସନ୍ ମଡେଲ୍, ବହୁଭାଷୀ ଏଆଇ, ଭାଷଣ-ରୁ-ପାଠ୍ୟ, ପାଠ୍ୟରୁ ଅଡିଓ ଏବଂ ପାଠ୍ୟରୁ ଭିଡିଓ; ଇ-କମର୍ସ, ମାର୍କେଟିଂ ଏବଂ ପର୍ସନାଲାଇଜ୍ଡ୍ କଣ୍ଟେଣ୍ଟ ସୃଷ୍ଟି ପାଇଁ ଜେନେରେଟିଭ୍ ଏଆଇ ବ୍ୟବହାର କରି ଥ୍ରୀଡି କଣ୍ଟେଣ୍ଟ; ବିଭିନ୍ନ ଶିଳ୍ପରେ ଡାଟା ପରିଚାଳିତ ନିଷ୍ପତ୍ତି ଗ୍ରହଣ ଲାଗି ଇଞ୍ଜିନିୟରିଂ ସିମୁଲେସନ୍, ମ୍ୟାଟେରିଆଲ ରିସର୍ଚ୍ଚ ଏବଂ ଆଡଭାନ୍ସଡ୍ ଆନାଲିଟିକ୍ସ, ସ୍ୱାସ୍ଥ୍ୟସେବା ନିଦାନ ଏବଂ ଚିକିତ୍ସା ଗବେଷଣା, ଇତ୍ୟାଦି। ଏହି ବୈଠକ ଅବସରରେ ଏଆଇ ଷ୍ଟାର୍ଟଅପ ଗୁଡ଼ିକ ଭାରତରେ କୃତ୍ରିମ ବୁଦ୍ଧିମତ୍ତା ଇକୋସିଷ୍ଟମକୁ ଆଗକୁ ବଢ଼ାଇବା ପାଇଁ ଭାରତର ଦୃଢ଼ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ଏଆଇ କ୍ଷେତ୍ରର ଦ୍ରୁତ ଅଭିବୃଦ୍ଧି ଏବଂ ବିଶାଳ ଭବିଷ୍ୟତ ସମ୍ଭାବନା ଉପରେ ଆଲୋକପାତ କରି ସେମାନେ କହିଥିଲେ ଯେ ବିଶ୍ବରେ ଏଆଇ ନବସୃଜନ ଏବଂ ନିୟୋଜନର କେନ୍ଦ୍ର ଧୀର ଧୀରେ ଭାରତ ଆଡକୁ ସ୍ଥାନାନ୍ତରୀତ ହେଉଛି । ଷ୍ଟାର୍ଟଅପ୍ ପ୍ରତିନିଧିମାନେ କହିଥିଲେ ଯେ, ଭାରତ ଏବେ ଏଆଇ ବିକାଶ ପାଇଁ ଏକ ଦୃଢ଼ ଏବଂ ଅନୁକୂଳ ପରିବେଶ ପ୍ରଦାନ କରୁଛି, ଯାହା ଦେଶକୁ ବିଶ୍ୱ ଏଆଇ ମାନଚିତ୍ରରେ ଦୃଢ଼ ଭାବରେ ପ୍ରତିଷ୍ଠା କରୁଛି। ବୈଠକ ସମୟରେ, ପ୍ରଧାନମନ୍ତ୍ରୀ ସମାଜକୁ ପରିବର୍ତ୍ତନ କରିବାରେ କୃତ୍ରିମ ବୁଦ୍ଧିମତ୍ତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଭାରତ ଆସନ୍ତା ମାସରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ଆୟୋଜନ କରିବ, ଯାହା ମାଧ୍ୟମରେ ଦେଶ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ଭାରତ କୃତ୍ରିମ ବୁଦ୍ଧିମତ୍ତା ବ୍ୟବହାର କରି ରୂପାନ୍ତରଣ ଆଣିବା ପାଇଁ ନିରନ୍ତର ପ୍ରୟାସ କରୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button