ମାର୍ଚ୍ଚ ପର୍ଯ୍ୟନ୍ତ ବଢିଲା ପିୟୁସିସି ଅବଧି

ଭୁବନେଶ୍ୱର: ଗାଡି ଚାଳକଙ୍କ ପାଇଁ ଆସ୍ୱସ୍ତିକର ଖବର । ପିୟୁସିସି ଅବଧି ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କଲେ ସରକାର । ଏନେଇ ସୂଚନା ଦେଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ପୂର୍ବରୁ ଜାନୁଆରୀରୁ ଫେବୃଆରୀକୁ ବଢାଯାଇଥିଲା । ଏବେ ପୁଣି ଆଉ ମାସେ ବଢିଲା ଅବଧି । ପିୟୁସିସି ପାଇଁ ଲୋକଙ୍କ ପ୍ରବଳ ଭିଡ ଜମିଛି । ଲୋକଙ୍କ ଅସୁବିଧାକୁ ଦେଖି ନିଷ୍ପତ୍ତି ନିଆଯାଇଛି କହିଲେ ପରିବହନ ମନ୍ତ୍ରୀ । ମନ୍ତ୍ରୀ ଆହୁରି କହିଛନ୍ତି ଯେ ଅନିୟମିତତାକୁ ଦେଖି ୪୨ଟି ଟେଷ୍ଟିଂ ସେଣ୍ଟରର ଲାଇସେନ୍ସ ରଦ୍ଦ ହୋଇଛି । ଅଧିକରୁ ଅଧିକ ଚେଷ୍ଟିଂ ସେଣ୍ଟର ଖୋଲିବାକୁ ଆହ୍ୱାନ କରୁଛୁ । ଯେଉଁମାନେ ଟେଷ୍ଟିଂ ସେଣ୍ଟର ପାଇଁ ଆବେଦନ କରିବେ ଅଗ୍ରାଧିକାରୀ ଦେବୁ ।



