ଟ୍ରାଭେଲର ଗାଡି ଓଲଟି ୧୦ରୁ ଅଧିକ ଆହତ

ଭୁବନେଶ୍ବର: ସମ୍ବଲପୁରରେ ଭୟଙ୍କର ସଡକ ଦୁର୍ଘଟଣା। ସମ୍ବଲପୁର – ରାଇରଖୋଲ ରାସ୍ତାରେ ଓଲଟି ପଡିଛି ଟ୍ରାଭେଲର ଗାଡି। ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଟ୍ରାଭେଲର ଗାଡିଟି ଭୁବନେଶ୍ୱରରୁ ସମ୍ବଲପୁର ଯାଉଥିବା ବେଳେ ଏକ ବିଦ୍ୟୁତ୍ ଖୁଣ୍ଟରେ ଧକ୍କା ହୋଇ ରିଳିଙ୍ଗ ସହିତ ଧକ୍କା ହୋଇଥିଲା, ଯାହା ଫଳରେ ଗାଡ଼ିଟି ଓଲଟି ପଡ଼ିଥିଲା। ଦୁର୍ଘଟଣା ସମୟରେ ଗାଡ଼ି ଭିତରେ ୧୭ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣା ଯୋଗୁଁ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ଆହତମାନଙ୍କ ମଧ୍ୟରୁ ୭ ଜଣ ଯାତ୍ରୀଙ୍କୁ ସମ୍ବଲପୁର ସଦର ହସ୍ପିଟାଲକୁ ନିଆଯାଇଥିବା ବେଳେ, ଅନ୍ୟମାନଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲାକୁ ରେଫର କରାଯାଇଛି। ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ଯେ କିଛି ରୋଗୀଙ୍କୁ ଅବଜରଭେସନରେ ରଖାଯାଇଛି। ଅନ୍ୟମାନଙ୍କୁ ଫ୍ରାକ୍ଚର ଏବଂ ଆଘାତଜନିତ ଆଘାତ ପାଇଁ ଚିକିତ୍ସା କରାଯାଉଛି।



