କୋଟିଆରେ ଆନ୍ଧ୍ର ପ୍ରଦେଶ ଅଧିକାରୀଙ୍କ ଅନୁପ୍ରବେଶକୁ ଦୃଢ ବିରୋଧ କରାଯିବ: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ଵର: କୋଟିଆରେ ଆନ୍ଧ୍ର ପ୍ରଦେଶ ଅଧିକାରୀଙ୍କ ଅନୁପ୍ରବେଶକୁ ଦୃଢ ବିରୋଧ କରାଯିବ। କୋଟିଆବାସୀଙ୍କୁ ପ୍ରଲୋଭିତ କରି ପ୍ରଚାର ପତ୍ର ବାଣ୍ଟିଲେ କିମ୍ବା ଉତ୍ତେଜନା ସୃଷ୍ଟି ପାଇଁ ଉଦ୍ୟମ କଲେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସତର୍କ କରାଇ ଦେଇଛନ୍ତି। କୋଟିଆକୁ ନେଇ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକ ପରେ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ଏହି ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ପାଇଁ ଭୁବନେଶ୍ୱର ଯେତିକି ଗୁରୁତ୍ୱପୂର୍ଣ୍ଣ, କୋଟିଆ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ରାଜ୍ୟ ସରକାରଙ୍କ ଅଧିକାରୀ ଲଗାତର ଭାବେ କୋଟିଆ ପରିଦର୍ଶନରେ ଯିବେ ବୋଲି ସୂଚନା ଦେଇ ସେ କହିଛନ୍ତି, ବିକଶିତ କୋଟିଆ ନିର୍ମାଣ ପାଇଁ ସରକାର ସମସ୍ତ ବ୍ୟବସ୍ଥା ଗ୍ରହଣ କରୁଛନ୍ତି। ସ୍ୱାସ୍ଥ୍ୟ, ଶିକ୍ଷା, ରାସ୍ତା ନିର୍ମାଣ ଓ ଟେଲି ଯୋଗାଯୋଗ ପାଇଁ ଟାୱାର ମଧ୍ୟ ନିର୍ମାଣ କରାଯିବ। ପର୍ଯ୍ୟଟନର ବିକାଶ ପାଇଁ ଏକ ରୋଡ ମ୍ୟାପ୍ ପ୍ରସ୍ତୁତ ହୋଇଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button