ଗଣମାଧ୍ୟମ ପ୍ରତିନିଧିଙ୍କୁ ପୋଲିସର ଦୁର୍ବ୍ୟବହାର, ଦୃଷ୍ଟିଦେବାକୁ ସାମ୍ବାଦିକ ସଂଘର ଦାବି

କେନ୍ଦ୍ରାପଡା : ଗଣମାଧ୍ୟମ ପ୍ରତିନିଧିଙ୍କୁ ପୋଲିସର ଦୁର୍ବ୍ୟବହାର | ଟୀକା କେନ୍ଦ୍ରରେ ଦୁର୍ବ୍ୟବହାର କଲେ ରାଜକନିକା ଥାନାର ଜଣେ ମହିଳା କନେଷ୍ଟବଳ | ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା ପ୍ରଦର୍ଶନ |

ରାଜକନିକା ବ୍ଲକ ଅନ୍ତର୍ଗତ ରାଜକନିକା ବାଳିକା ଉଚ୍ଚ ବିଦ୍ୟାଳୟରେ ଟୀକାକରଣ ଚାଲିବା ନେଇ ଜନ ଅସନ୍ତୋଷ ଏଇ କିଛି ଦିନ ହେବ ଦେଖା ଦେଇଛି | ବାରମ୍ବାର ଗଣମାଧ୍ୟମରେ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ନିଦା ବିଷ୍ଣୁ ପାଲଟିଛି କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ | ଆଜି ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଉଥିବା ବେଳେ ଅନେକ ଏହାକୁ ନିନ୍ଦା କରିବା ଘଟଣା ସାମ୍ନାକୁ ଆସିଛି |

ରାଜକନିକା କାର୍ଯ୍ୟରତ ସାମ୍ବାଦିକମାନଙ୍କ ସଭାପତି ଭାବେ ବେଶ ଜଣାଶୁଣା ଉମାକାନ୍ତ ପରମାଣିକ (ରମେଶ) | ଜନସାଧାରଣଙ୍କ ଅସୁବିଧାକୁ ସରକାରଙ୍କ ନିକଟରେ ଠିକ ଭାବେ ପହଞ୍ଚାଇବା କାର୍ଯ୍ୟ କରି ଅନେକ ପ୍ରଶଂସା ସାଉଣ୍ଟିଛନ୍ତି ଉମାକାନ୍ତ | ଆଉ ସେଥିପାଇଁ ଜନସାଧାରଙ୍କ ଅତି ପ୍ରିୟାର ପତ୍ର ମଧ୍ୟ ପାଲଟିଛନ୍ତି ସେ | ସାମ୍ବାଦିକଙ୍କୁ ଟୀକା ଦେବାର ସ୍ୱତନ୍ତ୍ର ବ୍ୟବସ୍ଥା ପରିବର୍ତ୍ତେ ଆଜି ଜଣେ ମହିଳା କନେଷ୍ଟବଳଙ୍କ ଦ୍ୱାରା ଅସମ୍ମାନିତ କରିବାକୁ ପଛେଇନି ପ୍ରଶାସନ | ରାଜ୍ୟର ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କୁ କୋଭିଡ ଯୋଦ୍ଧା ଭାବେ ଘୋଷଣା କରିଛନ୍ତି | ଆଉ ଆଜିର ଘଟଣା ଜଣେଇଦେଇଛି ଯେ, କୋଭିଡ ଯୋଦ୍ଧାଙ୍କୁ କିଭଳି ପୋଲିସ ଦ୍ୱାରା ଅପମାନିତ କରାଯାଉଛି | କାର୍ଯ୍ୟରତ ସାମ୍ବାଦିକ ଉମାକାନ୍ତଙ୍କ ଦ୍ଵିତୀୟ ଡୋଜ ଟୀକା ପାଇଁ ଲାଇନରେ ଥିବାବେଳେ କିଛି କଥାକୁ ନେଇ ମହିଳା କନେଷ୍ଟବଳ ଉତ୍ୟକ୍ତ ହେବା ସହ ଅପମାନିତ କରିଥିଲେ | ତେଣୁ ତୁରନ୍ତ କେନ୍ଦ୍ରାପଡା ଜିଲ୍ଲା ପୋଲିସ ପ୍ରଶାସନ ଓ ରାଜକନିକା ପୋଲିସ ପ୍ରଶାସନ ଏହାର ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି ରାଜକନିକା ବ୍ଲକ ସାମ୍ବାଦିକ ସଂଘ | କାର୍ଯ୍ୟରତ ସାମ୍ବାଦିକ ଉମାକାନ୍ତ ପରମାଣିକଙ୍କୁ ପୂର୍ବ ମର୍ଯ୍ୟାଦା ଦେବା ପାଇଁ ରାଜକନିକା ଅଞ୍ଚଳବାସୀ ଦାବି ରଖିଛନ୍ତି |

ଏଠି କହିରଖୁ କି, କୋଭିଡ୍ ଭ୍ୟାକ୍ସିନ୍ ଉପଯୁକ୍ତ ପରିମାଣର ମହଜୁଦ ନଥିବାରୁ ଦୂର ଦୂରାନ୍ତରୁ ଆସୁଥିବା ଜନସାଧାରଣ ନିରାଶ ହେଇ ଫେରୁଥିବା ଦେଖିବାକୁ ମିଳିଛି | ଖାଲି ସେତିକି ନୁହେଁ ଟୀକାକରଣ କେନ୍ଦ୍ରରେ କୋଭିଡ କଟକଣା ଅମାନ୍ୟ କରିବା ସହ ବାରମ୍ବାର ଅସାମାଜିକ ବ୍ୟକ୍ତିଙ୍କର ଦବଦବା ଚାଲିଛି | ତେବେ ରାଜ୍ୟ ସରକାର ଓ କେନ୍ଦ୍ରାପଡା ଜିଲ୍ଲାପ୍ରଶାସନ ଏହା ପ୍ରତି ଦୃଷ୍ଟି ଦେଲେ ରାଜକନିକା ଅଂଚଳବାସୀ ଉପକୃତ ହେବେ ବୋଲି ଗଣମାଧ୍ୟମକୁ ଜଣେଇଛନ୍ତି |

Related Articles

Leave a Reply

Your email address will not be published.

Back to top button